www.samajalive.in
Wednesday, December 10, 2025
23.1 C
Bhubaneswar

ସିଓଇ​ରେ ଗିଲ୍‌ଙ୍କ ଅଭ୍ୟାସ ଆରମ୍ଭ

ବେଙ୍ଗାଲୁରୁ: ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲ୍‌ ଏବେ ଆହତ ଅଛନ୍ତି। ତାଙ୍କ ବେକରେ ଯନ୍ତ୍ରଣା ହେଉଛି। ଏହି ଯନ୍ତ୍ରଣା ସ୍ନାୟୁଗତ। ଗିଲ୍‌ ମୁମ୍ବଇରେ ଦୁଇ ବିଶେଷଜ୍ଞ ଡାକ୍ତରଙ୍କୁ ତାଙ୍କ ବେକ ଦେଖାଇଥିଲେ। ଡାକ୍ତର ତାଙ୍କୁ ଇଞ୍ଜେକ୍‌ସନ ଦେଇ କିଛିଦିନ ସମ୍ପୂର୍ଣ୍ଣ ବିଶ୍ରାମର ପରାମର୍ଶ ଦେଇଥିଲେ। ହେଲେ ସୋମବାର ଗିଲ୍‌ ବେଙ୍ଗାଲୁରୁର ସେଣ୍ଟର ଅଫ୍‌ ଏକ୍ସେଲେନ୍‌ସ (ସିଓଇ)ରେ ପହଞ୍ଚିଛନ୍ତି।

ଏଠାରେ କିଛିଦିନ ଅଭ୍ୟାସ କରି ସମ୍ପୂର୍ଣ୍ଣ ସୁସ୍ଥହେବା ପରେ ଗିଲ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍‌ର ଘରୋଇ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଉକ୍ତ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଡିସେମ୍ବର ୯ରୁ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଶୁଭମନ ଗିଲ୍‌ ଭାରତୀୟ ଟ୍ବେଣ୍ଟି୨୦ ଦଳର ଉପଅଧିନାୟକ। ଗିଲ୍‌ଙ୍କ ପରି ଦିନିକିଆ ଶୃଙ୍ଖଳା ଖେଳୁନଥିବା ଟ୍ବେଣ୍ଟି୨୦ ଦଳର ଖେଳାଳି ଡିସେମ୍ବର ୬ରେ ଭୁବନେଶ୍ବରରେ ଏକତ୍ର ହେବେ। ସେମାନଙ୍କ ମଧ୍ୟରେ ରହିବାକୁ ଗିଲ୍‌ ଲକ୍ଷ୍ୟ ରଖିଛନ୍ତି। ସିଓଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଶୁଭମନ ଗିଲ୍‌ଙ୍କ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବାର ସମ୍ଭାବନା ୫୦ ପ୍ରତିଶତ। କଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ୍‌ର ୨ୟ ଦିନ (ନଭେମ୍ବର ୧୫)ରେ ଗିଲ୍‌ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ମାତ୍ର ୩ଟି ବଲ୍‌ ଖେଳି ଫେରି ଯାଇଥିଲେ ଏବଂ ଆଉ ମ୍ୟାଚ୍‌ରେ ଭାଗ ନେଇଥିଲେ। ଦ୍ବିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ସହ ଗିଲ୍‌ ଗୁଆହାଟୀ ଯାଇଥିଲେ ହେଁ ପରେ ଚିକିତ୍ସା ପାଇଁ ମୁମ୍ବଇ ଫେରି ଆସିଥିଲେ।

- Advertisement -

ମୁମ୍ବଇରେ ୩ ଦିନ ରହି ଡାକ୍ତରଙ୍କ ପରାମର୍ଶ ନେଇ ଗିଲ୍‌ ଚଣ୍ଡିଗଡ଼ ସ୍ଥିତ ତାଙ୍କ ଘରକୁ ଚାଲି ଯାଇଥିଲେ। ବୁଧବାର ଦ୍ବିତୀୟ ଦିନିକିଆ ଦିନ କିମ୍ବା ଗୁରୁବାର ଟ୍ବେଣ୍ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯିବ। ଯଦି ସିଓଇରୁ ସବୁଜ ସଙ୍କେତ ମିଳେ; ତେବେ ଗିଲ୍‌ଙ୍କୁ ବାରବାଟୀ ମ୍ୟାଚ୍‌ରେ ଖେଳିବା ଦେଖିବାକୁ ମିଳିବ। ଆଉ ଏକ ଖବର ମିଳିଛି ଯେ ପ୍ରମୁଖ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବାର ସୁଯୋଗ ମିଳିପାରେ। ବୁମ୍‌ରା ଟେଷ୍ଟ ଶୃଙ୍ଖଳା ଖେଳିବା ପରେ ଦିନିକିଆ ଶୃଙ୍ଖଳାରୁ ତାଙ୍କୁ ବିଶ୍ରାମ ମିଳିଥିଲା। ଟ୍ବେଣ୍ଟି୨୦ରେ ମାତ୍ର ୪ ଓଭର ବୋଲିଂ କରିବାର ଥିବାରୁ ବୁମ୍‌ରାଙ୍କୁ ଦଳରେ ସାମିଲ କରାଯିବ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories