www.samajalive.in
Friday, December 12, 2025
26.1 C
Bhubaneswar

ଧନୁ ସଂକ୍ରାନ୍ତିରେ ଶ୍ରୀଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିି

ଭୁବନେଶ୍ଵର :  ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତି  ମଙ୍ଗଳବାର ଠାରୁ କାର୍ଯ୍ୟକାରୀ ହେବ। ମନ୍ଦିର ପ୍ରଶାସନ ତରଫରୁ ଏନେଇ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଭୋର୍‌ ୫ଟାରେ ମନ୍ଦିର ପହଡ଼ ଖୋଲି ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ, ୭ଟାରେ ସକାଳ ଧୂପ ହେବ। ସକାଳ ୯ରେ ଭୋଗମଣ୍ଡପ ସମାପ୍ତ ହୋଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରାଯିବ।

ଏହାପରେ ଅପରାହ୍ଣ ସାଢ଼େ ୨ଟାରେ ବେଶ,  ୩ଟାରେ ବଲ୍ଲଭ,  ୪ଟାରେ ଦ୍ବିପ୍ରହର ଧୂପ, ୪ଟାରୁ ୫ଟା ପର୍ଯ୍ୟନ୍ତ ପହୁଡ଼ ପଡ଼ିବ। ଏହାପରେ ପହୁଢ଼ ଖୋଲି  ସନ୍ଧ୍ୟା ଆଳତି ୫ଘଟିକାରେ ହେବ। ସନ୍ଧ୍ୟା ସାଢ଼େ ୫ଟାରେ ଟେରାଫିଟା ହୋଇ ସାହାଣମେଲା ଦର୍ଶନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ। ସନ୍ଧ୍ୟା ସାଢ଼େ ୭ଟାରେ ସନ୍ଧ୍ୟା ଧୂପ ହୋଇ ବଡ଼ସିଂହାର ବେଶ ହୋଇ ମନ୍ଦିର ପହଡ଼ ପଡ଼ିବ।

- Advertisement -

ସେହିପରି ମାସକ ଯାକ ମହାପ୍ରଭୁଙ୍କ ସକାଳ ଦହିଖଇ ବଲ୍ଲଭ ଭୋଗ ସମୟରେ ସ୍ବତନ୍ତ୍ର ଗଇଣ୍ଠା ଭୋଗଲାଗି କରାଯିବା ସହତି ସନ୍ଧ୍ୟାଧୂପରେ  ଦିଅଁଙ୍କୁ ଧନୁମୁଆଁ ଭୋଗ ଲାଗି  କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ରାଜ୍ୟ ସରକାର ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଯିବା ବାରଣ କରିଥିବାରୁ ଧନୁ ସଂକ୍ରାନ୍ତିରେ ସାହାଣମେଲା ଦର୍ଶନ  ଶ୍ରଦ୍ଧାଳୁ ଶୂନ୍ୟ ହେବ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories