www.samajalive.in
Thursday, December 11, 2025
15.1 C
Bhubaneswar

ଦଖଲକୁ ଫେରିବ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ଭିତରେ ଓ ବାହାରେ ଥିବା ମହାପ୍ରଭୁଙ୍କ ସମ୍ପତ୍ତି ଚିହ୍ନଟ କରାଯାଉଛି ଏବଂ ବିଧିମତେ ଏହା ଉପରେ ସରକାରଙ୍କ ଦଖଲ ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀହରିଚନ୍ଦନ କହିଛନ୍ତି, ରାଜ୍ୟ ଏବଂ ରାଜ୍ୟ ବାହାରେ ମହାପ୍ରଭୁଙ୍କ ୫୮ ହଜାର ଏକର ଜମି ରହିଛି। ସେଥିମଧ୍ୟରୁ ଆମ ପାଖରେ ୩୬ ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ ହୋଇସାରିଛି। ଅନ୍ୟ ଜମିଗୁଡ଼ିକୁ ଚିହ୍ନଟ ଲାଗି ପଦକ୍ଷେପ ନିଆଯାଉଛି। ବଡ଼ ଠାକୁରଙ୍କ ଭୂ-ସମ୍ପତ୍ତି ଉପରେ ଜବରଦଖଲ ଏବଂ ଏହାକୁ ଫେରାଇ ଆଣିବା ପାଇଁ ଦୀର୍ଘଦିନ ହେଲା ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି। ଦେବୋତ୍ତର ଜମିର ମାଲିକାନା ପରିବର୍ତ୍ତନ କରାଯାଇ ପାରୁନଥିଲେ ସୁଦ୍ଧା ରାଜ୍ୟ ଓ ରାଜ୍ୟ ବାହାରେ ମହାପ୍ରଭୁଙ୍କର ହଜାର ହଜାର ଏକର ଜମି ଦୀର୍ଘ ଦିନ ହେଲା ଜବରଦଖଲରେ ରହିଛି। ପ୍ରାୟ ୬ଟି ରାଜ୍ୟରେ ଶ୍ରୀମନ୍ଦିରର ପ୍ରାୟ ୪୦୦ ଏକର ଭୂ-ସମ୍ପତ୍ତି ରହିଛି। ଶ୍ରୀମନ୍ଦିର ପ୍ରଶାସନ ସେଥିରୁ ଟଙ୍କାଟିଏ ପାଉ ନାହିଁ। ଅନେକ ଜମି ବିକ୍ରି ହୋଇଯାଇଥିବା ଅଭିଯୋଗ ମଧ୍ୟ ରହିଛି।

କାଗଜପତ୍ର ଯୋଗାଡ଼ ହେଲେ ବି ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ସରକାରଙ୍କୁ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଗତବର୍ଷ ନଭେମ୍ବରରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ ମହାପ୍ରଭୁଙ୍କ ସମ୍ପତ୍ତି ବିକ୍ରି କିମ୍ବା ଖରିଦରେ ସମ୍ପୃକ୍ତ ଉପ-ନିବନ୍ଧକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୦୩ରେ ରାଜ୍ୟ ସରକାର ଏକୀକୃତ ନୀତି ପ୍ରଣୟନ କରିଥିଲେ। ଏହି ଅନୁସାରେ ମହାପ୍ରଭୁଙ୍କ ଜମିରେ ଘର କରି ରହୁଥିବା ଲୋକଙ୍କୁ ୧୦୦ ଡେସିମିଲ ଜମି ରିଆତି ମୂଲ୍ୟରେ ଦିଆଯିବାର ଥିଲା। ବଡ଼ ଜମିକୁ ବଜାର ମୂଲ୍ୟରେ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। କିନ୍ତୁ ପୂର୍ବ ସରକାର ପଦକ୍ଷେପ ନେଇନଥିଲେ। ପରେ ୨୦୧୯ ମସିହାରେ ସଂଶୋଧିତ ନୀତି ଲାଗୁ ହୋଇଥିଲେ ସୁଦ୍ଧା ଏଥିରେ ଅଧିକ ସଂଶୋଧନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଗୃହରେ ପ୍ରକାଶ କରିଥିଲେ। ରାଜ୍ୟର ୨୪ ଜିଲାରେ ମହାପ୍ରଭୁଙ୍କର ୬୦, ୪୨୬ ଏକର ଜମି ରହିଛି ବୋଲି ସେତେବେଳେ କୁହାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories