www.samajalive.in
Thursday, December 11, 2025
16.1 C
Bhubaneswar

ଢେଙ୍କାନାଳ ସେଲଟର ହୋମ ଘଟଣାର ତଦନ୍ତ ନେଇ ନବୀନଙ୍କୁ ମେନକାଙ୍କ ଚିଠି

ଭୁବନେଶ୍ୱର :  ଢେଙ୍କାନାଳ ସଦର ଥାନା ବେଲଟିକିରି ସ୍ଥିତ ଗୁଡ଼୍ ନ୍ୟୁଜ୍ ଆଶ୍ରୟ ଗୃହରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା ଜାତୀୟ ଗଣ ମାଧ୍ୟମରେ ସ୍ଥାନ ପାଇବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ମେନକା ଗାନ୍ଧି ଏହି ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହି  ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଏହାର ତଦନ୍ତ  କରିବା ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି।

ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ଗୁଡ଼୍ ନ୍ୟୁଜ୍ ଇଣ୍ଡିଆ ଆଶ୍ରୟ ଗୃହରେ ନିର୍ଯ୍ୟାତନା ଦିଆଯିବା ଓ ଧର୍ମାନ୍ତରୀକରଣ ଖବର ଆସୁଛି। ବିନା ପଞ୍ଜୀକରଣରେ ସଂପୃକ୍ତ ସଂସ୍ଥା ୨ ବର୍ଷ ହେବ ସେଲଟର ହୋମ ଚଳାଇଛି। ଦୁଃଖର କଥା ସଦର ମହକୁମାରୁ ୧୦ କିଲୋମିଟର ଦୂରରେ ଏଭଳି ଘଟଣା ଘଟିଛି। ସଂସ୍ଥାର ଲାଇସେନ୍ସ ଅବଧି ଗତମାସରୁ ସରିଥିବା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ଓ ବିଭାଗୀୟ ସଚିବ ସ୍ବୀକାର କରିଛନ୍ତି । ମହିଳା, ଶିଶୁଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ସେ ସେଲଟର ହୋମ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତିତ ଓଡ଼ିଶାର ସବୁ ସେଲଟର ହୋମ ପରିଦର୍ଶନ ପାଇଁ ଏନସିପିଆରକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

- Advertisement -

ପୂର୍ବରୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀମୀ ଗାନ୍ଧୀ ଢେଙ୍କାନାଳରେ ବିଦ୍ୟୁତ ଆଘାତରେ ଏକକାଳୀନ ୭ ହାତୀ ମୃତ୍ୟୁ ଘଟଣାରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ମେନକା ଗାନ୍ଧୀ ଏନେଇ ଉଦବେଗ ପ୍ରକାଶ କରିବା ସହ ହାତୀ ସୁରକ୍ଷା ପାଇଁ ବ୍ୟକ୍ତଗତଭାବେ ଧ୍ୟାନ ଦେବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories