ପୁରୀ: ପୁରୀ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଶୁକ୍ରବାର ଶଙ୍କରାଚାର୍ଯ୍ୟ ଏକ ବିବୃତି ଦେଇ କହିଛନ୍ତି, ବିଭୀଷିକା ସମୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ରାୟ ସ୍ବାଗତଯୋଗ୍ୟ। ତଥାପି ଅତ୍ୟାବଶ୍ୟକ ବ୍ୟକ୍ତିଙ୍କ ଦ୍ବାରା ଶାସ୍ତ୍ରସମ୍ମତ, ପରମ୍ପରାପ୍ରାପ୍ତ, ପୁନର୍ବିଚାର ଦ୍ବାରା ଦୂରଦର୍ଶିତାପୂର୍ଣ୍ଣ ନିଷ୍ପତ୍ତିକୁ ଅପେକ୍ଷା ରହିଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଏହାଦ୍ବାରା ରଥାରୁଢ଼ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ସେ କହିଛନ୍ତି।
ରଥଯାତ୍ରା ବନ୍ଦ ପ୍ରସଙ୍ଗ: ରାୟକୁ ସ୍ବାଗତ ସହ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କୁ ଶଙ୍କରାଚାର୍ଯ୍ୟଙ୍କ ପ୍ରସ୍ତାବ
Popular Categories



