www.samajalive.in
Sunday, December 7, 2025
18.1 C
Bhubaneswar

ଶାଲୁ ଜିନ୍ଦଲଙ୍କୁ ଇମ୍ପାକ୍ଟ ଲିଡର ପୁରସ୍କାର

ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା  ଶାଲୁ ଜିନ୍ଦଲଙ୍କୁ ‘ଭାରତର ଶ୍ରେଷ୍ଠ ୧୦ ଇମ୍ପାକ୍ଟ ଲିଡର’ ଭାବରେ ସମ୍ମାନିତ କରାଯାଇଛି। ଇଣ୍ଡିଆ ସିଏସଆର ନେଟୱାର୍କ ଦ୍ୱାରା  ଆୟୋଜିତ  ‘ଇଣ୍ଡିଆ ସିଏସଆର ନେତୃତ୍ୱ ସମ୍ମିଳନୀ – ୨୦୨୧’ରେ ଶ୍ରୀମତୀ ଜିନ୍ଦଲଙ୍କୁ କୋଭିଡ-୧୯ ମହାମାରୀ ସମୟରେ ତାଙ୍କର ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ପୁରସ୍କାର ଗ୍ରହଣ କରି ଶ୍ରୀମତୀ ଜିନ୍ଦଲ କହିଛନ୍ତି ଯେ ଆମେ ଜେଏସପିଏଲ ଫାଉଣ୍ଡେସନରେ ଭାରତ ନିର୍ମାଣ ଏବଂ ଜୀବନକୁ ସଶକ୍ତିକରଣ କରିବାରେ  ବିଶ୍ୱାସ  କରୁ । ଏହି ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଲୋକମାନଙ୍କର କଷ୍ଟ ଲାଘବ କରିବା ପାଇଁ ଆମେ କିଛି ପ୍ରଚେଷ୍ଠା କରିଥିଲୁ । ଆଗକୁ ମଧ୍ୟ ଲୋକମାନଙ୍କ ନିମ୍ନରେ ଆମେ ଆମର ସେବା ଜାରି ରଖିବୁ । ଏହି ପୁରସ୍କାର ପାଇଁ ସେ ଇଣ୍ଡିଆସିଏସଆର ନେଟୱାର୍କକୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -

କୋଭିଡ-19 ମହାମାରୀର ପ୍ରଭାବ ଏବଂ ଫଳାଫଳକୁ ହ୍ରାସ କରିବାରେ ସରକାର ତଥା ପ୍ରଶାସନକୁ ସହାୟତା କରିବା ପାଇଁ ଶ୍ରୀମତୀ ଜିନ୍ଦଲ ଜେଏସପିଏଲ ଫାଉଣ୍ଡେସନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।  ତାଙ୍କ ନେତୃତ୍ୱରେ ଜେଏସପିଏଲ୍ ଫାଉଣ୍ଡେସନ୍ ନ୍ୟାସନାଲ ଲକ୍ ଡାଉନ୍ ଘୋଷଣା ପରଦିନ ‘ମିଶନ୍ ଜିରୋ ହଙ୍ଗର’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା, ଛତିଶଗଡ ଏବଂ ଝାଡ଼ଖଣ୍ଡରେ ଥିବା ଜେଏସପିଏଲ ପାଶ୍ୱବର୍ତୀ ଅଂଚଳରେ ଫାଉଣ୍ଡେସନ 5 ଲକ୍ଷରୁ ଅଧିକ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ପ୍ରବାସୀ ଶ୍ରମିକ, ଦିନମଜୁରିଆ, ଗରିବ ଲୋକ, ଟ୍ରକ ଡ୍ରାଇଭର, ଆଶ୍ରୟ ଗୃହରେ ରହୁଥିବା ଲୋକ ଏବଂ ଅନ୍ୟାନ୍ୟ ଲୋକମାନଙ୍କୁ ପ୍ରଦାନ କରିଥିଲା । ଫାଉଣ୍ଡେସନ ମଧ୍ୟ ନିରବଚ୍ଛିନ୍ନ ଭାବରେ ଉତ୍ତର ଦିଲ୍ଲୀରେ ଦିନକୁ ଦୁଇଥର ହଜାରେ ରୁ ଅଧିକ ପ୍ରବାସୀ ଜନସଂଖ୍ୟାକୁ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲା ।

ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ତିଆରି କରାଯାଇଥିବା ସାନିଟାଇଜର, ହ୍ୟାଣ୍ଡ ୱାସ, ଡିଜେନ୍ଫେକ୍ଟାଣ୍ଟ, ମାସ୍କ ଲୋକ ମାନଙ୍କୁ ମଧ୍ୟ ଯୋଗାଇ ଦିଆଯାଉଥିଲା । ଏହି ସାନିଟାଇଜର, ହ୍ୟାଣ୍ଡ ୱାସ, ଡିଜେନ୍ଫେକ୍ଟାଣ୍ଟ, ମାସ୍କ ତିଆରି କରି ଏକ ହଜାରରୁ ଅଧିକ ମହିଳା ପ୍ରତିଦିନ କିଛି ରୋଜଗାର ନିଶ୍ଚିତ କରିପାରିଥିଲେ। ଜେଏସପିଏଲ ଫାଉଣ୍ଡେସନ ସହିତ ଜଡିତ ହଜାର ହଜାର ଦୁଗ୍ଧ, ପନିପରିବା ଏବଂ ଛତୁ ଚାଷୀଙ୍କୁ ପ୍ଲାଣ୍ଟ ଟାଉନସିପରେ ସେମାନଙ୍କର କୃଷିଉତ୍ପାଦର ବିକ୍ରୟ କରିବାରେ ମଧ୍ୟ ଫାଉଣ୍ଡେସନ ସାହାଯ୍ୟ କରିଥିଲା ।।

ଜେଏସପିଏଲ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନ, ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନଲାଇନ କ୍ଲାସରେ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିଥିଲେ । ସ୍ୱତନ୍ତ୍ର ପିଲାମାନଙ୍କ ପୁନଃଥାଇଥାନ ନିମନ୍ତେ କାର୍ଯ୍ୟ କରୁଥିବା ଆଶା ଦ ହୋପ୍  କେନ୍ଦ୍ର ଗୁଡିକ ଅନଲାଇନ ସେସନ ଓ ଘରୋଇ ପରିଦର୍ଶନ କରି ୩୦୦୦ ରୁ ଅଧିକ ପିଲାଙ୍କ ପାଇଁ ବିଶେଷ ଯତ୍ନ ସୁନିଶ୍ଚିତ କରିଥିଲେ । ଏହି ମହାମାରୀ ତଥା ଏହାର ପ୍ରତିରୋଧ ଉପରେ ସମାଜକୁ ସଚେତନ କରିବା ପାଇଁ ଫାଉଣ୍ଡେସନ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ବିଶ୍ୱ ମହାମାରୀର ମୁକାବିଲା ପାଇଁ ଜେଏସପିଏଲ ପକ୍ଷରୁ ୨୫ କୋଟି ଟଙ୍କା ପିଏମ କେୟାର ପାଣ୍ଠିକୁ ପ୍ରଦାନ କରାଯାଇଥିଲା । କୋଭିଡ-19 ମହାମାରୀର ପ୍ରଭାବକୁ ମୁକାବିଲା କରିବାରେ ଜେଏସପିଏଲ ଫାଉଣ୍ଡେସନ୍ର ବିଭିନ୍ନ କାର୍ଯ୍ୟକୁ ସ୍ଥାନୀୟ ସମ୍ପ୍ରଦାୟ, ନାଗରିକ ସମାଜ ଏବଂ ପ୍ରଶାସନ ସମେତ ବିଭିନ୍ନ ମହଲ ଦ୍ୱାରା ପ୍ରଶଂସା କରାଯାଇଛି ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories