www.samajalive.in
Tuesday, December 9, 2025
26.1 C
Bhubaneswar

ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ

ଜେରୁସେଲମ/ତେଲଅବିବ୍‌ : ରକ୍ତମୁଖା ପାଲଟିଛି ଇସ୍ରାଏଲ। ଗାଜାକୁ ଚାରିପଟୁ ଘେରି ନିଆଁ, ପାଣି,ଖାଦ୍ୟ ସାମଗ୍ରୀ ଓ ଯୋଗା​ଯୋଗ ବ୍ୟବସ୍ଥାକୁ ବନ୍ଦ କରି ଦେଇଛି। ଆକାଶ ମାର୍ଗରୁ ଗାଜା ଉପରକୁ ଘନଘନ ବୋମା ବର୍ଷଣ କରିବାରେ ଲାଗିଛି। ୨୪ ଘଣ୍ଟା ବୋମା ବର୍ଷା ଫଳରେ ଗାଜାର ସୁ ଉଚ୍ଚ ଅଟ୍ଟାଳିକା ମାଟିରେ ମିଶୁଥିବା ବେଳେ ଅନେକ ଲୋକ ମୃତାହତ ହୋଇଛନ୍ତି।
ଇସଲାମିକ ଆତଙ୍କବାଦୀ ସଂଗଠନ ‘ହମାସ’ ଅଧୀନରେ ଥିବା ଗାଜାର ଏକ ଅଞ୍ଚଳକୁ ଇସ୍ରାଏଲ ପୁନର୍ବାର ନିଜ ଦଖଲକୁ ନେଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି ଯେ ହମାସର ଅତର୍କିତ ଆକ୍ରମଣ ପରେ ଏହା ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଛି। ଯୁଦ୍ଧରେ ହମାସ ଅଧୀନରେ ଥିବା ଗାଜାକୁ ସମ୍ପୂର୍ଣ୍ଣ ରୂପେ ନିଜ ଦଖଲକୁ ନେବା ଲାଗି ଇସ୍ରାଏଲ ଯୋଜନା କରିଛି। ଗାଲାଣ୍ଟ କହିଛନ୍ତି ଯେ ଗାଜାକୁ ସମ୍ପୂର୍ଣ୍ଣ ଦଖଲ ନିମନ୍ତେ ନିର୍ଦେଶ ଦିଆଯାଇଛି। ଶନିବାରଠାରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ହମାସର ପ୍ରାୟ ୫୬୦ ଆତଙ୍କବାଦୀ ପ୍ରାଣ ହରାଇଲେଣି। ସେହିପରି ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲର ୯୦୦ ସାଧାରଣ ନାଗରିକ ପ୍ରାଣ ହରାଇଲେଣି। ଏଥିମଧ୍ୟରେ ଇସ୍ରାଏଲର ୫୦ଜଣ ସୈନିକ ରହିଛନ୍ତି। ଯୁଦ୍ଧର ତୃତୀୟ ଦିନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲାଣି। ଇସ୍ରାଏଲ ମଧ୍ୟକୁ ଅନୁପ୍ରବେଶ କରିଥିବା ହମାସ ଆତଙ୍କବାଦୀମାନେ ବିଭିନ୍ନ ସହରରେ ସାଧାରଣ ନାଗରିକଙ୍କୁ ପଣବନ୍ଦୀ କରି ରଖିବା ସହ ନାନା ନିର୍ଯାତନା ଦେଉଛନ୍ତି। ଅପରପକ୍ଷରେ ଶନିବାର ହମାସ୍‌ ଆତଙ୍କବାଦୀମାନେ ଗାଜାର ଦକ୍ଷିଣରେ ଅବସ୍ଥିତ ଯେଉଁ କିଛି ଅଞ୍ଚଳକୁ ଦଖଲ କରିଥିଲେ ଇସ୍ରାଏଲ ସେନା ସୋମବାର ଏହାକୁ ଛଡ଼ାଇ ଆଣିବା ସହ ପୁନର୍ଦଖଲ କରିଛନ୍ତି। ଲେବାନନ୍‌ରୁ ଅନୁପ୍ରବେଶ କରିଥିବା ବନ୍ଧୁକଧାରୀ ଆତଙ୍କବାଦୀକୁ ମଧ୍ୟ ଇସ୍ରାଏଲ ସେନା ନିପାତ କରିଥିବା କହିଛନ୍ତି ସାମରିକ ମୁଖପାତ୍ର ଡାନିଏଲ ହାଗାରି। ଅପରପକ୍ଷରେ ଏହି ଯୁଦ୍ଧରେ ଆମେରିକାର ୯ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇସ୍ରାଏଲ ସେନାର ଯୁଦ୍ଧବିମାନ, ହେଲିକପ୍ଟର ଓ ଗୋଳାମାଡ଼ରେ ପ୍ରାୟ ୫୦୦ ହମାସ୍‌ ଆତଙ୍କବାଦୀ ଛତ୍ରଭଙ୍ଗ ଦେଉଥିବା ଦାବି ହେଉଛି। ଏହା ସତ୍ତ୍ବେ ଶନିବାର ସୀମାନ୍ତ ବାଡ଼ ଭାଙ୍ଗି ଅନୁପ୍ରବେଶ କରିଥିବା ଏକ ହଜାର ସରିକି ହମାସ୍‌ ଆତଙ୍କବାଦୀ ଇସ୍ରାଏଲର ଘରେ ଘରେ ପ୍ରବେଶ କରି ଲୋକଙ୍କୁ ଅପହରଣ କରିନେଉଛନ୍ତି ଓ ରାସ୍ତାରେ ସାଧାରଣ ନାଗରିକଙ୍କୁ ଅତି ଅମାନବୀୟ ଯନ୍ତ୍ରଣା ଦେବା ସହ ହତ୍ୟା କରୁଥିବା ନଜରକୁ ଆସିଛି। ଇସ୍ରାଏଲର ଉଦ୍ଧାରକାରୀ ସଂଗଠନ ଜାକା ମ୍ୟୁଜିକ୍‌ ଉତ୍ସବ ସ୍ଥଳରୁ ୨୬୦ ମୃତଦେହ ଉଦ୍ଧାର କରିଛି। ରାସ୍ତାଘାଟ ଓ କୋଠାର ଧ୍ବଂସାବଶେଷ ତଳୁ ବହୁ ମୃତାହତଙ୍କୁ ଉଦ୍ଧାର କରାଯାଉଛି। ହମାସ୍‌ ସହିତ ଆତଙ୍କବାଦୀ ସଂଗଠନ ‘ହେଜ୍‌ବୋଲ୍ଲା’ ଆକ୍ରମଣରେ ସାମିଲ ହୋଇଥିବାରୁ ଇସ୍ରାଏଲ ଅଡ଼ୁଆରେ ପଡ଼ିଛି। ଏହାକୁ ଉଭୟ ପକ୍ଷ​‌େ​‌ର ମୁକାବିଲା କରିବାକୁ ହେଉଛି। ଇସ୍ରାଏଲ ହମାସ୍‌ ଆତଙ୍କବାଦୀ ଓ ଏହାର ସହଯୋଗୀଙ୍କୁ ଯୁଦ୍ଧ ଅପରାଧୀ ଭାବେ ବିଚାର କରିବା ସହ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲକୁ ଅତିରିକ୍ତ ସାମରିକ ଓ ମାନବୀୟ ସହାୟତା ଯୋଗାଣ ଘୋଷଣା କରିଛନ୍ତି। ଇତିମଧ୍ୟରେ ଆମେରିକା ପଠାଇଥିବା ଯୁଦ୍ଧଜାହାଜ ଭୂମଧ୍ୟ ସାଗର ଦେଇ ଇସ୍ରାଏଲ ଅଭିମୁଖେ ଗତି କରୁଥିବାବେଳେ ଯୁଦ୍ଧବିମାନ ଓ ଗୋଳା ପହଞ୍ଚିବାରେ ଲାଗିଛି। ହମାସ୍‌ ପକ୍ଷରୁ ଏହାର ଜବାବ ଦେବାକୁ ପ୍ରସ୍ତୁତି ଚାଲିଛି। ଏହା ଗାଜାରୁ ଅପହରଣ କରିଥିବା ପ୍ରାୟ ୩୦ ଇହୁଦିଙ୍କୁ ପଣବନ୍ଦୀ ରଖିଥିବା ଓ ୪ ଜଣଙ୍କୁ ହତ୍ୟା କରିଥିବା କହିଛି। ଇରାନ୍‌ ଓ ଅନ୍ୟ ଇସ୍‌ଲାମିକ ରାଷ୍ଟ୍ର ଏହାକୁ ସାହାଯ୍ୟ ଯୋଗାଇ ଦେଉଛନ୍ତି। ଇରାନ୍‌ ସେନା ଓ ଏହାର ୪ଟି ଆତଙ୍କବାଦୀ ସଂଗଠନ ସଦସ୍ୟ ଲଢ଼େଇରେ ସାମିଲ ହୋଇଥିବା ଜଣାପଡ଼ିଛି। ‘ଅଲ୍‌ ଆକ୍‌ସା ଫ୍ଲଡ’ ଅଭିଯାନରେ ହମାସ୍‌ ବିଜୟୀ ହେବ ବୋଲି ପୁନର୍ବାର କହିଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories