www.samajalive.in
Monday, December 8, 2025
13.1 C
Bhubaneswar

ଚୀନର ୭ ଏୟାର ବେସରେ ବଢ଼ୁଛି ଗତିବିଧି, ଭାରତୀୟ ସେନା ସଜାଗ

ନୂଆଦିଲ୍ଲୀ: ଲାଦାଖରେ ସୃଷ୍ଟ ସୀମା ବିବାଦ ୩ ମାସ ପୂରିଲାଣି । ଦୁଇ ଦେଶର ସେନାସ୍ତରରେ ଅନେକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ତଥାପି ସୀମାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଭାରତର ଯାବତୀୟ ଚେତାବନୀ ପରେ ଚୀନ ସୁଧୁରିବାର ନାଁ ନେଉନାହିଁ । ଏବେ ସୂଚନା ମିଳିଛି ଯେ ଚୀନ ଅଞ୍ଚଳର ବିଭିନ୍ନ ବାୟୁ ସେନା ଘାଟିରେ ଗତିବିଧି ବଢ଼ିବାରେ ଲାଗିଛି । ଉପଗ୍ରହରୁ ଏହିସୂଚନା ମିଳିବା ପରେ ଭାରତୀୟ ସୁରକ୍ଷା ବାହିନୀ ଏହାଉପରେ ନଜର ରଖିଛନ୍ତି । ଚୀନ ପକ୍ଷରୁ କୌଣସି ପରିସ୍ଥିତି ସୃଷ୍ଟି ହେଲେ ଏଥିନେଇ ତୁରନ୍ତ ପଦକ୍ଷେପ ନିଆଯାଇ ପାରିବ ।

- Advertisement -

ଏଏନ୍ଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ସୁରକ୍ଷା ଏଜେନ୍ସି ଚୀନର ନିୟନ୍ତ୍ରଣ ରେଖା ଆରପଟେ ଥିବା ୭ଟି ବାୟୁସେନା ଘାଟି ଉପରେ ନଜର ରଖିଛି । ଏହା ମଧ୍ୟରେ ହୋଟନ, ଗର ଗୁନସା, କାଶଘର, ହୋପିଂ, ଡ଼ୋଙ୍କା ଡ଼େଗେଁଭ୍ଗ, ଲିନ୍ଝି ଓ ପଙ୍ଗଟ ବିମାନଘାଟି ସାମିଲ । ଏହା ମଧ୍ୟରୁ କିଛି ଅଞ୍ଚଳକୁ ଚୀନ ଏବେ ବିକଶିତ କରିଛି । ପୂର୍ବାଞ୍ଚଳ ରାଜ୍ୟର ବିପରୀତ ସ୍ଥାନରେ ଚୀନ ଅଞ୍ଚଳରେ ଥିବା ହେଲିକପଟର ଘାଟି ଲିନଝିକୁ ଉନ୍ନତିକରଣ କରିଛି । ଏପରିକି ଏଠାରେ ଚୀନା ଏୟାରଫୋର୍ସ (ପିଏଲଏଏଫଏଫ୍) ଏହି ବିମାନଘାଟିରେ ଜେ ସିରିଜ ଲଢ଼ୁଆ ବିମାନ ଓ ରୁଷରୁ ଆମଦାନୀ ସୁଖୋଇ ୩୦ ବିମାନର ଚୀନା ସଂସ୍କରଣକୁ ମୁତୟନ କରାଯାଇଥିବା ଉପଗ୍ରହରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଚୀନର ମୁକାବିଲା ନିମନ୍ତେ ଭାର ପକ୍ଷରୁ ସୁଖୋି-୩୦, ମିଗ୍ ୨୯, ମିରାଜ-୨୦୦୦ ମୁତୟନ କରିଛି । ଏହି ବିମାନଗୁଡ଼ିକ ଚୀନର କୌଣସି ଅତିକ୍ରମଣକୁ ଜବାବ ଦେବାକୁ ପ୍ରସ୍ତୁତ । ତେବେ ଏହି କ୍ଷେତ୍ରରେ ଚୀନଠାରୁ ଭାରତ ଅଧିକ ଶକ୍ତିଶାଳୀ ହୋଇ ପାରିବ ବୋଲି ଅନେକ ଆକଳନ କରିଛନ୍ତି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories