www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଭୁବନେଶ୍ଵରରେ ପୁଣି ବାଜିଲା ଘଣ୍ଟ

ଭୁବନେଶ୍ବର : ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଶୁକ୍ରବାର ଦିନ ଭୁବନେଶ୍ଵର ରାମମନ୍ଦିର ଠାରେ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ୫ ଦଫା ଦାବି ନେଇ ଆୟୋଜନ ଏହି ସଭାରେ ରାମ ମନ୍ଦିର ସେବାୟତ, ଯାଜପୁର ବିରଜା ମନ୍ଦିର ସେବାୟତ, ସାକ୍ଷୀଗୋପାଳ ମନ୍ଦିର ସେବାୟତ, ଦାଣ୍ଡ ମୁକୁନ୍ଦ ପୁର ମନ୍ଦିର ସେବାୟତ, ବାରିପଦା ଜଗନ୍ନାଥ ମନ୍ଦିରର ସେବାୟତ, ବ୍ରହ୍ମଗିରି ଆଲାର୍ ନାଥ ମନ୍ଦିର ସେବାୟତ, କୋଳାଥିଆ ଜଗନ୍ନାଥ ମନ୍ଦିର, ଆଇଗିଣିଆ ହନୁମାନ ମନ୍ଦିର, କାକଟପୁରର ମଙ୍ଗଳା ମନ୍ଦିର, ସିରୁଲି ମହାବୀର ମନ୍ଦିର, ଧବଳେଶ୍ବର ମନ୍ଦିର ସେବାୟତ, ଝଙ୍କଡ ସାରଳା ମନ୍ଦିର ସେବାୟତଙ୍କ ସହିତ ଓଡ଼ିଶାର ଅନ୍ୟାନ୍ୟ ପ୍ରତିଷ୍ଠିତ ମନ୍ଦିରର ସେବାୟତ ମାନେ ଯୋଗଦାନ କରି ରାମ ମନ୍ଦିର ସମ୍ମୁଖରେ ଘଣ୍ଟ ବାଦନ, ବେଦ ପାଠ ଓ ଶଙ୍ଖ ନାଦ କରି ପ୍ରତିବାଦ କରିଥିଲେ।

ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ଯାଉ,ସେବାୟତଙ୍କୁ ସହାୟତା ପ୍ରଦାନ, ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ,ସେବାୟତଙ୍କ ପାର୍ଇ ଭତ୍ତା ବ୍ୟବସ୍ଥା ଓ ସେବାୟତ ମାନଙ୍କୁ ବୀମା ଭୁକ୍ତ କରାଯିବା ଆଦି ସେବାୟତଙ୍କ ମୁଖ୍ୟ ଦାବି ଥିଲା।
ସେବାୟତମାନେ ଏହି ଦାବି ନେଇ ଆଜି ଦିନଯାକ ଆନ୍ଦୋଳନ କରିବାକୁ ଓହ୍ଲାଇଥିବା ବେଳେ ଭୁବନେଶ୍ୱର ପୁଲିସ ପ୍ରଶାସନ ତରଫରୁ ଆନ୍ଦୋଳନକୁ ସ୍ଥଗିତ କରିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲା।  ସେବାୟତ ସଂଘ ସହିତ ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରି ଖୁବ୍ ଶୀଘ୍ର ସଂଘର ପ୍ରଶାସନ ସହିତ ଆଲୋଚନା କରାଇଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories