www.samajalive.in
Sunday, December 14, 2025
26.1 C
Bhubaneswar

ସେଟ୍‌ଅପ୍‌ ବକ୍ସରେ ଲାଗିବ ମାଇକ୍ରୋଚିପ୍: ଜଣାପଡ଼ିବ ଦର୍ଶକଙ୍କ ପସନ୍ଦ

ନୂଆଦିଲ୍ଲୀ: ଟିଭି ସେଟ୍‍ଅପ୍‍ ବକ୍ସରେ ଏକ ଚିପ୍ସ ଲଗାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଦେଶବାସୀ କେଉଁ ଚ୍ୟାନେଲ୍‍, କେଉଁ କାର୍ଯ୍ୟକ୍ରମକୁ କେତେ ସମୟ ଦେଖିୁଛନ୍ତି ତାହା ଏହି ଚିପ୍ସ ମାଧ୍ୟମରେ କେନ୍ଦ୍ର ସରକାର ସିଧାସଳଖ ଜାଣିପାରିବେ। ସମସ୍ତ ସେଟ୍‍ଅପ୍‍ ବକ୍ସରେ ଯେପରି ଏହି ଚିପ୍ସ ଲଗାଯାଇପାରିବ ସେ ସମ୍ପର୍କରେ ଡିଟିଏଚ୍‍ ଅପରେଟଙ୍କୁ ନିର୍ଦେଶ ଦିଆଯାଉ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଭାରତୀୟ ଟେଲିକମ୍‍ ନିୟାମକ କର୍ତ୍ତୃପକ୍ଷଙ୍କ ନିକଟକୁ ଗତ ମାର୍ଚ୍ଚ ୧୨ ତାରିଖରେ ଚିଠି ଲେଖିଛନ୍ତି। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଏହା ସମ୍ଭବ ନୁହେଁ ଏବଂ ଏଥିପାଇଁ ବିଧିବଦ୍ଧ ଭାବେ ଆବେଦନ ଆବଶ୍ୟକ ବୋଲି ଦର୍ଶାଇ ଟ୍ରାଇ ମନ୍ତ୍ରାଳୟର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ଭବିଷ୍ୟତରେ ମନ୍ତ୍ରାଳୟ ଟ୍ରାଇକୁ ରାଜି କରାଇବାରେ ସକ୍ଷମ ହୁଅନ୍ତି ତେବେ ଦେଶବାସୀଙ୍କ ପସନ୍ଦ ନା ପସନ୍ଦକୁ କେନ୍ଦ୍ର ସରକାର ସହଜରେ ଜାଣିପାରିବେ। ଏହାଦ୍ୱାରା ନାଗରିକଙ୍କ ଗୋପନୀୟତା ଅଧିକାର ବ୍ୟାହତ ହେବା ସହିତ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ଅପବ୍ୟବହାର କରାଯାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।
ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଦର୍ଶକଙ୍କ ପସନ୍ଦ ନାପସନ୍ଦ ଆଧାରରେ ଟେଲିଭିନ୍‍ ରେଟିଂ ପଏଣ୍ଟ(ଟିଆରପି) ନିର୍ଣ୍ଣୟ ହେଉଛି। ଇଣ୍ଡିଆନ୍‍ ବ୍ରଡକାଷ୍ଟିଂ ଫାଉଣ୍ଡେସନ୍‍, ଆଡ୍‍ଭର୍ଟାଇଜିଂ ଏଜେନ୍ସି ଆସୋସିଏସନ୍‍ ଅଫ୍‍ ଇଣ୍ଡିଆ ଆଦି କେତେକ ଅଣସରକାରୀ ସଂସ୍ଥାକୁ ନେଇ ଗଠିତ ବ୍ରଡ୍‍କାଷ୍ଟିଂ ଅଡିଆନ୍ସ ରିସର୍ଚ୍ଚ କାଉନ୍ସିଲ୍‍(ବାର୍କ) ଦ୍ୱାରା ଏହା ସମ୍ପାଦିତ ହେଉଛି। ଟିଆରପି ନିର୍ଣ୍ଣୟ ପାଇଁ ବାର୍କ ଦେଶର ୩୩ ହଜାର ପରିବାରକୁ ଚୟନ କରୁଛି। ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଆଧାରରେ ୧୨ଟି ବିଭାଗରେ ବିଭକ୍ତ କରାଯାଉଛି। ସେମାନଙ୍କ ସୂଚନା ଆଧାରରେ ଟିଆରପି ନିର୍ଣ୍ଣୟ ହେଉଛି। କିନ୍ତୁ ଏହି ପଦ୍ଧତି ଠିକ୍‍ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ହୃଦ୍‍ବୋଧ ହେବା ପରେ ସେଟଅପ୍‍ ବକ୍ସରେ ଚିପ୍‍ସ ଲଗାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories