www.samajalive.in
Sunday, December 7, 2025
14.1 C
Bhubaneswar

ଲଭଷ୍ଟୋରିରେ ଟ୍ଵିଷ୍ଟ – ସୀମା ହାଇଦରଙ୍କ ଠାରୁ ୫ ପାସ୍‌ପୋର୍ଟ, ୪ ମୋବାଇଲ ଜବତ

ନୂଆଦିଲ୍ଲୀ: ସୀମା ହାଇଦରଙ୍କ ପବ୍‌ଜି, ପାକିସ୍ତାନ ଓ ସୀମାପାର୍‌ ପ୍ରେମ କାହାଣୀ ଏବେ ରୋଚକ ମୋଡ଼ ନେଇଛି। ସୀମାଙ୍କ ଭାରତୀୟ ଚେହେରା ଓ ଚଳଣି ପଛରେ ବଡ଼ ରହସ୍ୟ ଲୁଚି ରହିଥିବା କହିଛି ଭାରତୀୟ ଗୁଇନ୍ଦା ସଂସ୍ଥା ଆଇବି। ତଦନ୍ତକାରୀ ସଂସ୍ଥା ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ବାହିନୀ (ଏଟିଏସ୍‌)ର ତଥ୍ୟକୁ ଉଦ୍ଧାକରି ଆଇବି କହିଛି ଯେ ସୀମା ସଚିନ ମୀଣାଙ୍କୁ ବିବାହ କରିବା ପରେ ଭାରତୀୟ ଗ୍ରାମୀଣ ମହିଳାଙ୍କ ପରି ଶାଢ଼ି ପିନ୍ଧି ଚଳିବା, ନିଷ୍ଠାବାନ୍‌ ହିନ୍ଦୁଙ୍କ ପରି ଚୌରା ପୂଜା କରିବା ଆଦି ସୁସଂଯୋଜିତ କାର୍ଯ୍ୟକ୍ରମ। ମାନବଚାଲାଣ ଓ ବେଶ୍ୟାବୃତ୍ତିରେ ଲିପ୍ତ ମହିଳା ଓ ଘରୋଇ କାମବାଲି ଆଦି ରୂପରେ ସେ ​‌େ​‌ନପାଳ ସୀମା ଅତିକ୍ରମ କରି ଭାରତକୁ ଆସିଥିବା ସୂଚନା ମିଳିଛି।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/horoscope-thursday-4/483174.html

- Advertisement -

ସେ ଭଲ ଇଂରାଜୀ କହିବା ଗୁଇନ୍ଦା ଅଧିକାରୀଙ୍କୁ ସନ୍ଦେହରେ ପକାଇଥିବା ବେଳେ ସୀମା ଏସବୁ ପାଇଁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ବାରା ତାଲିମପ୍ରାପ୍ତ ବୋଲି ଆଶଙ୍କା କରାଯାଉଛି। ସୀମା ଚାରି ପିଲାଙ୍କ ସହ ବସ୍‌ରେ ନେପାଳରୁ ମେ’ ୧୩ରେ ଭାରତ ଆସିଥିବା କହୁଛନ୍ତି; କିନ୍ତୁ ଗୁଇନ୍ଦା କିମ୍ବା ତଦନ୍ତକାରୀ ସଂସ୍ଥା ବିଭିନ୍ନ ଯାଞ୍ଚ ସତ୍ତ୍ବେ ଏ ସମ୍ପର୍କିତ ପ୍ରମାଣ ପାଉନାହାନ୍ତି। ସୀମା ହାଇଦରଙ୍କ ଠାରୁ ଉତ୍ତରପ୍ରଦେଶ ପୁଲିସ ୫ଟି ପାକିସ୍ତାନୀ ପାସପୋର୍ଟ ଓ ୪ଟି ମୋବାଇଲ ଜବତ କରିଛି। ପୁଲିସ ମହାନିର୍ଦେଶକଙ୍କ ପକ୍ଷରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ସୀମା ଠାରୁ ଦୁଇଟି ଭିଡିଓ କ୍ୟାସେଟ, ୪ଟି ମୋବାଇଲ, ୫ଟି ପାକିସ୍ତାନୀ ପାସପୋର୍ଟ, ଗୋଟିଏ ବ୍ୟବହାର ହୋଇ ନଥିବା ପାସପୋର୍ଟ ଓ ପରିଚୟପତ୍ର ଜବତ କରାଯାଇଛି।

ସୀମା ଓ ତାଙ୍କ ଭାରତୀୟ ପ୍ରେମିକ ତଥା ସ୍ବାମୀ ସଚିନଙ୍କ ସମ୍ପର୍କରେ ଆଉ ଏକ ଚମକ୍‌ପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ସୀମା ବସ୍‌ ଯୋଗେ ଗ୍ରେଟର ନଏଡ଼ାରେ ପହଞ୍ଚିବା ପରେ ସଚିନ ତାଙ୍କୁ ଘରକୁ ନେଇଥିଲେ ବୋଲି କହିଆସୁଛନ୍ତି; କିନ୍ତୁ ଏହା ପୂର୍ବରୁ ସଚିନ ଓ ସୀମା ନେପାଳରେ ଏକାଠି ହୋଇଥିବା ଜଣାପଡ଼ିଛି। ଉଭୟ ଜାଲ୍‌ ପରିଚୟ ଦେଇ କାଠମାଣ୍ଡୁସ୍ଥିତ ‘ନ୍ୟୁ ବିନାୟକ’ ହୋଟେଲର ୩୦୪ ନମ୍ବର କୋଠରିରେ ସପ୍ତାହେ କାଳ ରହିଥିଲେ। ଏହି ସମୟରେ ବହୁ ଇନ୍‌ଷ୍ଟାଗ୍ରାମ ରିଲ୍‌ସ ପ୍ରସ୍ତୁତ କରିଥିଲେ। ହୋଟେଲର ଅଭ୍ୟର୍ଥନା ଅଧିକାରୀ ଗଣେଶ ରୋକାମଗରଙ୍କ ସୂଚନାନୁଯାୟୀ, ସଚିନ ଏକା ଆସି ହୋଟେଲ କୋଠରି ସଂରକ୍ଷିତ କରିଥିଲେ। ପରେ ପରିବାର ସଦସ୍ୟ ଆସିବେ ବୋଲି କହିଥିଲେ। ସୀମାଙ୍କ ସହିତ ତାଙ୍କ ପିଲାମାନେ ନ ଥିଲେ। ସେତେବେଳେ କୌଣସି ପରିଚୟପତ୍ର ଦେଖାଇପାରି ନଥିଲେ। ଗଣେଶଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରି ସେମାନେ ତାଙ୍କ ପରିବାର ସହ ଫଟୋ ମଧ୍ୟ ଉଠାଇଥିଲେ। ସୀମା ଆଦୌ ନିଜକୁ ପାକିସ୍ତାନୀ ବୋଲି ସୂଚନା ଦେଇନଥିଲେ। ସଚିନଙ୍କ ସହ ସେ ଅଧିକାଂଶ ସମୟ କୋଠରି ଭିତରେ ହିଁ ବିତାଉଥିଲେ। କ୍ଳବ ଓ ପବ୍‌କୁ ଯିବା ପାଇଁ ସୀମା ଆଗ୍ରହ ପ୍ରକାଶ କରୁଥିଲେ। ହଠାତ୍‌ ଦିନେ ସେମାନେ ଏକ କାର୍‌ ଭଡ଼ାକରି ପୋଖରା ଯାଇଥିଲେ। ତା’ ପରେ ସେମାନଙ୍କର କିଛି ଖବର ସେ ପାଇ ନଥିଲେ ବୋଲି କହନ୍ତି ଗଣେଶ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories