www.samajalive.in
Thursday, December 11, 2025
14.1 C
Bhubaneswar

ସିକୋରେ ବାଦପାଲା

ସିକୋ : ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ମିଲ ଛକ ଠାରେ ପୂର୍ବତନ ପ୍ରଧାନଶିକ୍ଷକ ଗୋବିନ୍ଦଚନ୍ଦ୍ର ମଙ୍ଗରାଜଙ୍କ ନେତୃତ୍ୱରେ ଦଶହରା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତବର୍ଷ ଗତକାଲିଠାରୁ ବାଦପାଲା ଆରମ୍ଭ ହୋଇଛି । ଏହି କାର୍ୟ୍ୟକ୍ରମ ୪ ଦିନ ଧରି ଚାଲିବାକୁ ଥିବାବେଳେ ମୁଖ୍ୟଅତିଥି ଭାବେ ସମାଜସେବୀ ଅରବିନ୍ଦ ରାୟ ଯୋଗଦେଇ ଉଦଘାଟନ କରି ଉଭୟ ଦଳର ଗାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କ ସହିତ କାର୍ୟ୍ୟକ୍ରମରେ ସନ୍ତୋଶି ରାୟ ଉପସ୍ଥିତ ଥିଲେ । ଗଣେଶ ବଜାର ଅନୁଷ୍ଠାନ ଦ୍ୱାରା ଏହି କାର୍ୟ୍ୟକ୍ରମ ଦୀର୍ଘ ୪୨ ବର୍ଷ ଧରି ଚାଲି ଆସୁଅଛି ।ଅନୁଷ୍ଠାନର ସଭାପତି ମନ୍ମଥ ଚମ୍ପତ୍ତି, ସମ୍ପାଦକ ଦାମୋଦର ମହାପାତ୍ର,କୋସାଧ୍ୟକ୍ଷ ବିନୋଦଚନ୍ଦ୍ର ସ୍ୱାଇଁ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଗାୟକ ବାଣୀ ବିନୋଦ ପ୍ରସନ୍ନ କୁମାର ପଟ୍ଟନାୟକ ,ଜଗତସିଂହପୁର ଏବଂ ଜ୍ଞାନବାରିଧି ଭାସ୍କରଚନ୍ଦ୍ର ସାହୁ ଆଠଗଡ଼ ମଧ୍ୟରେ ବାଦପାଲା ପରିବେଷଣ ହେଉଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories