www.samajalive.in
Thursday, December 11, 2025
15.1 C
Bhubaneswar

ବିମାନ ଅପହରଣ କରି ପାକିସ୍ତାନ ନେଇଯିବାକୁ ଧମକ, ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ମୁମ୍ବଇ ନିୟନ୍ତ୍ରଣ କେନ୍ଦ୍ରକୁ ଶନିବାର ଏକ ଧମକପୂର୍ଣ୍ଣ କଲ ଆସିଛି। ବିମାନ ଅପହରଣ କରି ପାକିସ୍ତାନ ନେଇଯିବାକୁ ଏହି କଲରେ ଧମକ ଦିଆଯାଇଛି। ଏହାପରେ ବେସାମରିକ ବିମାନ ଚଳଚାଳ ମନ୍ତ୍ରାଳୟ ଏବଂ ବେସାମରିକ ବିମାନ ସୁରକ୍ଷା ବ୍ୟୁରୋ (ବିସିଏଏସ୍‍) ସମସ୍ତ ଏୟାରଲାଇନ୍ସ ଓ ବିମାନ ବନ୍ଦରଗୁଡ଼ିକୁ ସତର୍କ ସୂଚନା ଜାରି କରିଛି। ସିଆଇଏସ୍‍ଏଫକୁ କଡ଼ା ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦିଆଯାଇଛି। ବିମାନରେ ଚଢୁଥିବା ଯାତ୍ରୀଙ୍କ କଡ଼ା ତଲାସୀ କରାଯାଉଛି। ସେହିପରି ପାର୍କିଂରେ ରଖାଯାଉଥିବା ଗାଡ଼ିର ବ୍ୟାପକ ଯାଞ୍ଚ କରାଯାଉଛି।
ସୂଚନା ଅନୁସାରେ ଶନିବାର ଅପରାହ୍ଣରେ ଏୟାର ଇଣ୍ଡିଆ ବିମାନ ଅପହରଣ କରିବା ନେଇ ଧମକପୂର୍ଣ୍ଣ କଲ ଆସିଥିଲା। ଏହାପରେ ସମସ୍ତ ବିମାନ ସଂଚାଳକଙ୍କୁ ତତ୍କାଳ ପ୍ରଭାବରେ ୮ଟି ସୁରକ୍ଷା ଉପାୟ ଅବଲମ୍ବନ ଓ ସୁନିଶ୍ଚିତ କରିବାକୁ ନିର୍ଦେଶ ଦିଆଯାଇଛି। ଟର୍ମିନାଲ ବିଲ୍ଡିଂ, ଏୟାର ସାଇଡ, ସବୁ ପରିଚାଳନା ଅଞ୍ଚଳ, ବିମାନ ଆଗମନ ଓ ପ୍ରସ୍ଥାନ ନିୟନ୍ତ୍ରଣ, ଯାତ୍ରୀ, କର୍ମଚାରୀ ଏବଂ ଆଗନ୍ତୁକଙ୍କ ଭଲରେ ଯାଞ୍ଚ କରାଯିବାକୁ ନିର୍ଦେଶ ଦିଆଯାଇଛି। ମାଲବାହୀ କାର୍ଗୋ, କାର୍ଗୋ ଟର୍ମିନାଲ, ମେଲ ପ୍ରଭୁ ଯାଞ୍ଚ କରିବାକୁ କୁହାଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ଦେଶର ଅନ୍ୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories