www.samajalive.in
Sunday, December 14, 2025
14.1 C
Bhubaneswar

ଜେଏନୟୁ ପ୍ରବେଶିକା ପରୀକ୍ଷାରେ ସିକ୍ୟୁରିଟି ଗାର୍ଡଙ୍କ ସଫଳତା

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ରୁଷ୍ ଭାଷା ଅଧ୍ୟୟନ ଲାଗି ହୋଇଥିବା ପ୍ରବେଶିକା ପରୀକ୍ଷାରେ ଜଣେ ସିକ୍ୟୁରିଟି ଗାର୍ଡ ସଫଳ ହୋଇଛନ୍ତି। ରାଜମାଲ ମୀନା (୩୪) ସିକ୍ୟୁରିଟି ଗାର୍ଡ ଜଣଙ୍କ ଜେଏନୟୁରେ କାର୍ଯ୍ୟ କରୁଛନ୍ତି। ପ୍ରବେଶିକା ପରୀକ୍ଷା ସଫଳତା ଦ୍ବାରା ମୀନା ଜେଏନୟୁର ରୁଷ୍ ଭାଷା ସ୍ନାତକ (ଅନର୍ସ) ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଜେଏନୟୁର ଶିକ୍ଷକ ଓ ଛାତ୍ର ଅଭିନନ୍ଦନ ଜଣାଇଛନ୍ତି। ରାଜସ୍ଥାନ କରୌଲି ଜିଲାର ବାସିନ୍ଦା ମୀନା ୨୦୧୪ରେ ଜେଏନୟୁରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। କାର୍ଯ୍ୟ ଆରମ୍ଭ ଦିନରୁ ହିଁ ଉକ୍ତ ବିଶ୍ବବିଦ୍ୟାଳୟରେ ପାଠ ପଢିବାକୁ ସେ ମନସ୍ଥ କରିଥିଲେ। ଏଥିପାଇଁ ସେ ନିଜର ପ୍ରୟାସ ଆରମ୍ଭ କରିଥିଲେ। ସ୍କୁଲ ପରେ ଆର୍ଥିକ ଅସୁବିଧା କାରଣରୁ କଲେଜରେ ପାଠ ପଢିବାର ସୁଯୋଗ ତାଙ୍କୁ ମିଳି ନଥିଲା। ତେଣୁ କାମ କରି ସେ ପରିବାରକୁ ଆର୍ଥିକ ସହଯୋଗ କରିଆସୁଥିଲେ। ଗତବର୍ଷ ସେ ରାଜସ୍ଥାନ ବିଶ୍ବବିଦ୍ୟାଳୟର ଦୂର ନିରନ୍ତର ପାଠ୍ୟକ୍ରମ ମାଧ୍ୟମରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ନାମ ଲେଖାଇବା ପରେ ସେ ରାତିରେ କାମ କରିବେ ଓ ଦିନରେ କ୍ଲାସ କରିବେ ବୋଲି ମୀନା କହିଛନ୍ତି। ମୁଖ୍ୟ ସିକ୍ୟୁରିଟି ଅଧିକାରୀ କହିଛନ୍ତି ଯେ ମୀନାଙ୍କ ପାଇଁ ଆମେ ଗର୍ବିତ। ଦିନରେ ନିୟମିତ କ୍ଲାସ କରି ରାତିରେ କାମ କରିବା କଷ୍ଟକର। ତଥାପି ଆମେ ମୀନାଙ୍କୁ ସାହାଯ୍ୟ କରିବା ଲାଗି ଚେଷ୍ଟା କରିବୁ ବୋଲି ଉକ୍ତ ଅଧିକାରୀ କହିଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories