ନୂଅଦେିଲ୍ଲୀ : ଦେଶରେ ଶନିବାରଠାରୁ କୋବିଡ୍ ଟିକାର ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି। ଯେଉଁ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ କୋବିଡ ପ୍ରତିଷେଧକ ଯିକାର ପ୍ରଥମ ଡୋଜ୍ ନେଇଥିଲେ, ଆଜିଠାରୁ ସେମାନଙ୍କୁ ଏହାର ଦ୍ୱିତୀୟ ଡୋଜ୍ ଦିଆଯାଉଛି।
ଜାନୁୟାରୀ ୧୬ ତାରିଖରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନରେ କୋବିଡ୍-୧୯ର ପ୍ରଥମ ଡୋଜ୍
ଦିଆଯାଇଥିଲା। ତାହାର ୨୮ ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି। ପ୍ରଥମ ଡୋଜ୍ ଦିଆଯିବାର ଗତକାଲି ୨୮ ଦିନ ଥିଲା। ଆଜି ୨୯ ଦିନରେ ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୮୦ ଲକ୍ଷ ୫୨ ହଜାର ୪୫୪ ଜଣଙ୍କୁ ଟିକାଦାନ କରାଯାଇଛି।
୫୯ ଲକ୍ଷ ୩୫ ହଜାର ୨୭୫ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ୨୧ ଲକ୍ଷ,୧୭ ହଜାର ୧୭୯ ଜଣ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି।
ଏହି ଅବସରରେ ଦିଲ୍ଲୀ ଏମ୍ସର ନିର୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି, ଦେଶରେ ଯେତେଶୀଘ୍ର ପ୍ରତିଷେଧକ ଟିକା ଦିଆଯିବ, ସେତେଶୀଘ୍ର ଆମେ କୋବିଡରୁ ମୁକ୍ତ ହୋଇପାରିବା।



