www.samajalive.in
Saturday, December 6, 2025
26.1 C
Bhubaneswar

ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟରୁ ବାସନ୍ଦ କଲା ସେବି

ସମାଜ ଡିଜିଟାଲ ଡେସ୍କ: ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟ(ପ୍ରତିଭୂତି ବଜାର)ରୁ ବାସନ୍ଦ କରିଛି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)। ଅନୀଲଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥାକୁ ବି ସେବି ପକ୍ଷରୁ ବାସନ୍ଦ କରାଯାଇଛି। ୫ ବର୍ଷ ପାଇଁ ନିଷେଧାଦେଶ ବଳବତ୍ତର ରହିବ ବୋଲି ସେବି ପକ୍ଷରୁ ନିର୍ଦେଶାନାମା ଜାରି କରାଯାଇଛି।

ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ୍‌(ଆରଏଚଏଫଏଲ)ର ବରିଷ୍ଠ ଅଧିକାରୀମାନଙ୍କ ସହାୟତାରେ ଅନୀଲ ଜାଲ୍‌ ସ୍କିମ୍‌ ଜରିଆରେ ପାଣ୍ଠି ହେରଫେର କରିଥିବା ସେବି ଜାଣିବାକୁ ପାଇଥିଲା। ଆରଏଚଏଫଏଲ ବୋର୍ଡ ଅଫ ଡାଇରେକ୍ଟର୍ସ ଏହାକୁ ବିରୋଧ କରିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିଲେ। ଏହା ସେବି ନଜରକୁ ଆସିବା ପରେ ସେବି ପକ୍ଷରୁ ଅନୀଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ତାଙ୍କୁ ୨୫ କୋଟି ଟଙ୍କା ଜରିମାନା କରାଯାଇଛି। ଏହା ସହିତ ତାଙ୍କ କମ୍ପାନୀକୁ ସେବି ୬ ମାସ ପାଇଁ ପ୍ରତିଭୂତି ବାଜରରୁ ନିଷେଧ କରିବା ସହିତ ୬ ଲକ୍ଷ ଟଙ୍କା ଜରିମାନା କରିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories