www.samajalive.in
Saturday, December 6, 2025
26.1 C
Bhubaneswar

ନେପାଳରେ ନଦୀକୁ ଖସିଲା ବସ୍‌ ;୧୪ ଭାରତୀୟ ମୃତ

କାଠମାଣ୍ଡୁ : ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌ । ଶୁକ୍ରବାର ନେପାଳରୁ ୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭାରତୀୟ ବସ୍‌ ନଦୀକୁ ଖସି ପଡିଛି । ଏଥିରେ ଏଯାଏଁ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମିଳିଥିବା ସୂଚନାନୁସାରେ ଗୋରଖପୁରରୁ ଯାତ୍ରୀଙ୍କୁ ନେଇ ଏହି ବସ୍‌ ନେପାଳ ଯାଉଥିଲା । ବସଟି ପୋଖରାରୁ କାଠମାଣ୍ଡୁ ଯାଉଥିଲା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାସ୍ତାରେ ଯାଉଥିବା ସମୟରେ ମାର୍ସାଙ୍ଗଗଡି ନଦୀକୁ ଏହି ଯାତ୍ରୀବାହୀ ବସଟି ଖସିପଡିଥିଲା । ବସରେ ଥିବା ସମସ୍ତ ଯାତ୍ରୀ ଭାରତୀୟ ହୋଇଥିବା ନେଇ ସୂଚନା ମିଳିଛି ।

ଦେଖନ୍ତୁ ଭିଡିଓ; ଅଠରନଳା ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories