ଟ୍ରକ୍ ତଳେ ପଶିଗଲା କାର୍: ଅଳ୍ପକେ ବର୍ତ୍ତିଲେ ଚାଳକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଭାରତରେ ସିଟ୍ ବେଲ୍ଟର ବ୍ୟବହାର ମୋଟର ଯାନ ଅଧିନିୟମ ୧୯୮୮ ଅନୁସାରେ ବାଧ୍ୟତାମୂଳକ କରିଦିଆଯାଇଛି । ଏହା ସଡକ ଦୁର୍ଘଟଣାରେ ମୃତ୍ୟୁହାରକୁ ଅନେକ ମାତ୍ରାରେ ହ୍ରାସ କରିଛି । ନିକଟରେ ଏହାର ଆଉ ଏକ ମାମଲା ସାମ୍ନାକୁ ଆସିଛି । ସିଟ୍ ବେଲ୍ଟ ପୁଣି ଏକ ଜୀବନ ବଞ୍ଚାଇଛି । ଏକ ସଡକ ଦୁର୍ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିଲେ ସିଟ୍ ବେଲ୍ଟ ବାନ୍ଧୁନଥିବା ଗାଡି ଚାଳକଙ୍କ ଆଖି ଖୋଲିଯିବ ।

ଯେ କେହି ବି ଏହି ଭିଡିଓ ଦେଖୁଛି ସେ ଚକିତ ହୋଇଯାଉଛି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି ଏକ କାର୍ ଟ୍ରକ୍ ଭିତରେ ପଶି ଯାଇଛି । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି । କିନ୍ତୁ ଗାଡି ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ସେ ସିଟ୍ ବେଲ୍ଟ ପିନ୍ଧିଥିଲେ ଏବଂ ଏଥିଯୋଗୁଁ ଏୟାରବ୍ୟାଗ୍ ମଧ୍ୟ ତାଙ୍କୁ ସୁରକ୍ଷିତ ରଖିବାରେ ଅନେକ ସାହାଯ୍ୟ କରିଥିଲା । କହିରଖୁଛୁ ସିଟ୍ ବେଲ୍ଟ ନପିନ୍ଧିବା ଦ୍ବାରା ଦୁର୍ଘଟଣା ସମୟରେ ଏୟାରବ୍ୟାଗ୍ କାମ କରିନଥାଏ ।

Comments are closed.