www.samajalive.in
Saturday, December 6, 2025
26.1 C
Bhubaneswar

ପରଲୋକରେ ହଲିଉଡର ‘ଜେମ୍ସ ବଣ୍ଡ’ ସିନ୍‌ କନେରି

ଲଣ୍ଡନ : ହଲିଉଡ୍ ଫିଲ୍ମ ଜଗତରେ ଜେମସ୍ ବଣ୍ଡ ନାଁ’ରେ ପରିଚିତ ଅଭିନେତା ସିନ୍‌ କନେରି ଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶନିବାର ଏନେଇ ତାଙ୍କର ପରିବାର ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହଲିଉଡ୍ ଫିଲ୍ମ ଜଗତରେ ଜେମ୍ସ ବଣ୍ଡ ଚରିତ୍ରରେ ଅଭିନୟ କରିଥିବା ପ୍ରଥମ ଅଭିନେତା ହେଉଛନ୍ତି ସିନ୍‌ କନେରି । ପ୍ରଥମ ଅଭିନେତା ଭାବେ ବଡ଼ ପରଦାରେ ଜେମ୍ସ ବଣ୍ଡ ରୋଲ୍‌ ପ୍ଲେ କରିଥିଲେ ସିନ୍‌।ତେବେ ସେବେଠାରୁ ସେ ପ୍ରତି ଫିଲ୍ମରେ ନଜର ଆସିଛନ୍ତି। ୧୯୬୨ରୁ ୧୯୮୩ ମଧ୍ୟରେ ହଲିଉଡର ବହୁ ଚର୍ଚ୍ଚିତ ସିରିଜ ‘ଜେମ୍ସ ବଣ୍ଡ’ରେ ସେ ଅଭିନୟ କରିଥିଲେ । ‘ଜେମ୍ସ ବଣ୍ଡ’ ସିରିଜର ୭ଟି ଫିଲ୍ମରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିଥିଲେ ।

ଏହା ବ୍ୟତିତ ସିନ୍‌ କନେରି ଦି ଅନଟୁଚେବୁଲ୍ସ, ହଣ୍ଟ ଫର୍ ରେଡ ଅକ୍ଟୋବର, ଇଣ୍ଡିଆନା ଜୋନ୍ସ ଆଣ୍ଡ ଦ ଲାଷ୍ଟ କ୍ରୁସେଡ୍‌’, ‘ମର୍ଡର ଅନ୍ ଦ ଓରିଏଣ୍ଟେ ଏକ୍ସପ୍ରେସ’, ‘ଦ ରକ୍‌’, ‘ଡକ୍ଟର ନୋ’, ‘ୟୁ ଓନ୍‌ଲି ଲାଇଭ୍ ଟ୍ୱାଇସ୍‌’, ‘ଡାଇମଣ୍ଡସ୍ ଆର୍ ଫରେଭର’ ଏବଂ ‘ନେଭର ସେ ନେଭର ଏଗେନ୍‌’ ଭଳି ଅନେକ ଫିଲ୍କ କରିଛନ୍ତି। ସିନ୍‌ କନେରି ପ୍ରଥମେ ୧୯୮୮ ରେ ’ବ୍ରାଇଏନ୍‌ ଡି ପାଲ୍‌ମାଙ୍କ ‘ଦି ଅନ୍‌ଟଚେବଲ୍‌’ ଚଳଚ୍ଚିତ୍ର ପାଇଁ ଓସ୍କାର ପାଇଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ଆଇରିସୀୟ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ। ଚଳିତ ବର୍ଷ ଅଗଷ୍ଟରେ ସେ ତାଙ୍କର ୯୦ ତମ ଜନ୍ମଦିନ ପାଳନ କରିଥିଲେ। ୨୦୦୦ ମସିହାରେ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କଦ୍ବାରା ‘ନାଇଟ୍‌’ ଉପାଧି ପ୍ରାପ୍ତ ଏହି ସ୍କଟିସ୍‌ ଅଭିନେତା ତାଙ୍କ ଅଭିନୟ କ୍ୟାରିୟର୍‌ରେ ଗୋଟିଏ ‘ଓସ୍କାର୍‌’, ଦୁଇଟି ‘ଗୋଲ୍‌ଡେନ୍‌ ଗ୍ଲୋବ୍‌’ ଏବଂ ଦୁଇଟି ‘ବାଫ୍‌ଟା ପୁରସ୍କାର’ ସମେତ ଅନେକ ପୁରସ୍କାର ଓ ସମ୍ମାନରେ ଭୂଷିତ ହୋଇଥିଲେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories