www.samajalive.in
Tuesday, November 18, 2025
16.1 C
Bhubaneswar

କଳାହାଣ୍ଡିରେ ସ୍କ୍ରବ୍ ଟାଇଫସ ଆତଙ୍କ: ଜଣେ ମୃତ, ୨ ସୁସ୍ଥ ହୋଇ ଫେରିଲେ

ଭବାନୀପାଟଣା: ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପରେ କଳାହାଣ୍ଡି ଜିଲ୍ଲାକୁ ସ୍କ୍ରବ୍ ଟାଇଫସ ରୋଗ ବ୍ୟାପିଛି । ଜିଲ୍ଲାରେ ଜଣେ ସ୍କ୍ରବ୍ ଟାଇଫସରେ ପ୍ରାଣ ହରାଇଥିବା ବେଳେ ୨ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏ ନେଇ କଳାହାଣ୍ଡି ଜିଲ୍ଲାରେ ଆତଙ୍କ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳର ୨ ଜଣ ସ୍କ୍ରବ୍ ଟାଇଫସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ୨ ଜଣଙ୍କ ମଧ୍ୟରେ ବେହେରା ପଞ୍ଚାୟତ ବାଙ୍କିମୁଣ୍ଡ ଗ୍ରାମର ଜଣେ ୪ ବର୍ଷର ଶିଶୁକନ୍ୟା ଥିବାବେଳେ ଲୁଣପାଣି ଗ୍ରାମର ୧୩ ବର୍ଷୀୟ ବାଳକ ଥିବା ଜଣାପଡ଼ିଛି । ଉଭୟଙ୍କୁ ଜ୍ବର ହେବାରୁ ଧର୍ମଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନହେବାରୁ ପରିବାର ଲୋକେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ରକ୍ତ ପରୀକ୍ଷା ପରେ ସ୍କ୍ରବ୍ ଟାଇଫସରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଉଭୟଙ୍କ ଯକୃତ ଓ ଫୁସଫୁସ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେଠାରେ ୧୫ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

- Advertisement -

ଏଥିପୂର୍ବରୁ କଳାହାଣ୍ଡି ଜିଲ୍ଲା ମ ରାମପୁର ତଳସାଗରପଡ଼ାର ଯଶୋଦା ସାହୁ ନାମ୍ନୀ ଜଣେ ମହିଳା ଆକ୍ରାନ୍ତ ହୋଇ ରାଉରକେଲାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଯଶୋଦା ଗତମାସ ୧୮ ତାରିଖ ଦିନ ଚାଷ ଜମିରେ କାମ କରୁଥିବା ତାଙ୍କୁ ଏହି କୀଟ କାମୁଡ଼ିଥିଲା । ୩ ଦିନରେ ଜ୍ଵର ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ଜିଲ୍ଲା ସଦର ମହକୁମା ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। କିନ୍ତୁ ରୋଗର ଲକ୍ଷଣ ଜଣା ନ ପଡିବା ଫଳରେ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ବୁର୍ଲାରେ କିଛିଦିନ ଚିକିତ୍ସିତ ହେବା ପରେ ଗତ ୨୯ ତାରିଖ ସକାଳେ ତାଙ୍କୁ ରାଉରକେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଗତ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ସିଡିଏମ୍ଓ ଦାୟିତ୍ୱରେ ଥିବା ଡାକ୍ତର ନିହାର ରଂଜନ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସ୍କ୍ରବ ଟାଇଫସ୍ ରୋଗ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ସଠିକ ଖବର ନାହିଁ । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସଚେତନ ଅଛି । ସେଥିପାଇଁ ଗତ ୧୬ ତାରିଖ ଦିନ ଜିଲ୍ଲାର ସମସ୍ତ ମେଡ଼ିକାଲ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ସମସ୍ତ ପିଏଚସି ଓ ସିଏଚସି, ଧର୍ମଗଡ ଉପଖଣ୍ଡ ହସ୍ପିଟାଲରେ ଟେଷ୍ଟ ସୁବିଧା କରାଯିବା ସହିତ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଗାଁକୁ ଗାଁ ବୁଲି ସ୍କ୍ରବ୍ ଟାଇଫସ୍ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ପ୍ରତ୍ୟେକ ଡାକ୍ତରଖାନାକୁ ସ୍କ୍ରବ୍ ଟାଇଫସ ରକ୍ତ ପରୀକ୍ଷା ପାଇଁ ଆବଶ୍ୟକୀୟ କିଟ୍ ଏବଂ ଔଷଧ ଯୋଗାଇବାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଥିଲେ ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories