www.samajalive.in
Friday, December 5, 2025
23.1 C
Bhubaneswar

ଏଯାଏ ସବୁ ଛାତ୍ରଛାତ୍ରୀଙ୍କୁ ମିଳିଲାନି ୟୁନିଫର୍ମ

ଭୁବନେଶ୍ବର: ଆଉ ମାସ କେଇଟା ପରେ ସରିଯିବ ୨୦୨୫-୨୬ ଶିକ୍ଷାବର୍ଷ। ହେଲେ ଏପର୍ଯ୍ୟନ୍ତ ବହୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିପାରିନି। ଫଳରେ ସେମାନେ ବାଧ୍ୟହୋଇ ପୁରୁଣା ଓ ଚିରାଫଟା ପୋଷାକ ପିନ୍ଧି ବିଦ୍ୟାଳୟ ଆସୁଛନ୍ତି। ଭଦ୍ରକ, ବାଲେଶ୍ବର ସମେତ କିଛି ଜିଲାରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି।

ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ଗତ ଜୁନ୍‌ରେ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ଜୁଲାଇ ୧୫ ସୁଦ୍ଧା ୟୁନିଫର୍ମ ଯୋଗାଇବାକୁ କୁହାଯାଇଥିଲା। ଏପର୍ଯ୍ୟନ୍ତ ୟୁନିଫର୍ମ ନ ମିଳିବାରୁ ବହୁ ଛାତ୍ରଛାତ୍ରୀ ପୁରୁଣା ପୋଷାକରେ ବିଦ୍ୟାଳୟ ଆସୁଛନ୍ତି। ୟୁନିଫର୍ମ ମିଳିବାରେ ବିଳମ୍ବ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ ପିଲାଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି, ଅଧିକାଂଶ ଜିଲାରେ ୮୦%ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇ ଦିଆଯାଇଛି।

- Advertisement -

କିଛି ସ୍ଥାନରେ ୟୁନିଫର୍ମ ମିଳିବାରେ ବିଳମ୍ବ ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମାଧ୍ୟମରେ ୟୁନିଫର୍ମ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ନିର୍ଦ୍ଧାରିତ ସମୟରେ ୟୁନିଫର୍ମ ଦେବାରେ କେତେକ ଏସ୍‌ଏଚ୍‌ଜି ବିଳମ୍ବ କରୁଛନ୍ତି। ଉକ୍ତ ଏସ୍‌ଏଚ୍‌ଜିକୁ ବାତିଲ କରି ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ସି) ଜରିଆରେ ୟୁନିଫର୍ମ ଶୀଘ୍ର ଦେବାର ବ୍ୟବସ୍ଥା କରାଯିବ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories