www.samajalive.in
Friday, December 5, 2025
23.1 C
Bhubaneswar

ଘୂର୍ଣ୍ଣିବଳୟ ସୃଷ୍ଟି, ୨୨ରେ ଲଘୁଚାପ

ଭୁବନେଶ୍ବର: ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଅବପାତ ପ୍ରଭାବ କେତେଦୂର ଓଡ଼ିଶା ଉପରେ ପଡ଼ିବ, କେଉଁଆଡକୁ ମୁହଁାଇବ, ଓଡ଼ିଶାର କେଉଁ ଜିଲାରେ ବର୍ଷା ହେବ ତାକୁ ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ସମ୍ଭାବ୍ୟ ଅବପାତ ସାମୁଦ୍ରିକ ଝଡ଼ ରୂପ ନେବାର ସମ୍ଭାବନା ଥିବା କେତେକ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଏହାର ଗତିବିଧି ଏବଂ ଓଡ଼ିଶା ଉପରେ କ’ଣ ପ୍ରଭାବ ପଡ଼ିବ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି। ଲଘୁଚାପ ସୃଷ୍ଟି ହେଲା ପରେ ସ୍ପଷ୍ଟଚିତ୍ର ଆସିବ ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ; କିନ୍ତୁ ସମ୍ଭାବ୍ୟ ଲଘୁଚାପ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୪୮ଘଣ୍ଟାରେ ଆହୁରି ଘନୀଭୂତ ହେବ। ଏହାର ପ୍ରଭାବରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।
ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିଥିଲା। ଫଳସ୍ବରୂପ ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଫୁଲବାଣୀ ଏବଂ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ଅନୁଗୋଳରେ ୧୧.୬, ଝାରସୁଗୁଡ଼ାରେ ୧୧.୯, କେନ୍ଦୁଝରରେ ୧୪.୪, ସୁନ୍ଦରଗଡ଼ରେ ୧୩.୮, ଭବାନୀପାଟଣାରେ ୧୨.୮, ବଲାଙ୍ଗିରରେ ୧୪.୪, କୋରାପୁଟରେ ୧୧.୭, ସୁବର୍ଣ୍ଣପୁରରେ ୧୩.୭, ରାୟଗଡ଼ାରେ ୧୩, ରାଉରକେଲାରେ ୧୨.୬, ଭୁବନେଶ୍ବରରେ ୨୦ ଏବଂ କଟକରେ ୧୮ ଡିଗ୍ରୀରେ ପାରଦ ପହଞ୍ଚିଛି।

- Advertisement -

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories