www.samajalive.in
Friday, December 5, 2025
27.1 C
Bhubaneswar

୮ ଜିଲାରେ ଆଜିଠୁ ସ୍କୁଲ ଛୁଟି

ଭୁବନେଶ୍ବର: ବାତ୍ୟା ‘ମନ୍ଥା’ରେ ପ୍ରଭାବିତ ହେବାକୁ ଥିବା ୮ ଜିଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ୨୮, ୨୯ ଓ ୩୦ ତାରିଖରେ ବନ୍ଦ ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍‌. ତିରୁମାଳା ନାଏକ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଉକ୍ତ ୮ ଜିଲାର ଶିକ୍ଷା ଅଧିକାରୀ ଏବଂ ବିଭାଗୀୟ ନିର୍ଦେଶକଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସଚିବ ସମୀକ୍ଷା କରିଛନ୍ତି। କ୍ଷେତ୍ର ସ୍ତରରେ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ୧୨ ସୂତ୍ରୀ ନିର୍ଦେଶ ଜାରି ହୋଇଛି।

୮ ଜିଲାରେ ୩ ଦିନ ବିଦ୍ୟାଳୟ ବନ୍ଦ ରହିବ। ହେଲେ ଜିଲା ପ୍ରଶାସନ ଆବଶ୍ୟକସ୍ଥଳେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରିପାରିବେ। ଡିଇଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଜିଲା ପ୍ରଶାସନ ସହିତ ସହଯୋଗରେ ଏବଂ ନିର୍ଦେଶରେ ସେମାନେ ଦାୟିତ୍ବ ନିର୍ବାହ କରିବେ। ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିଦ୍ୟାଳୟ ଗୃହଗୁଡ଼ିକ ଜିଲା ପ୍ରଶାସନ ଆବଶ୍ୟକତା ଅନୁଯାୟୀ ବ୍ୟବହାର ହୋଇପାରିବ। ଡିଇଓମାନେ ଆବଶ୍ୟକ ସମୟରେ ନିର୍ଦେଶକଙ୍କ ସହ ଆଲୋଚନା କରି ସମୟୋଚିତ ପଦକ୍ଷେପ ନେବେ। ଯଦି ବାତ୍ୟାରେ କୌଣସି କ୍ଷୟକ୍ଷତି ହୋଇଥାଏ, ପ୍ରଧାନଶିକ୍ଷକ ପରବର୍ତ୍ତୀ ସମୟରେ ଆକଳନ କରି ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବେ।

- Advertisement -

ଡିଇଓ କ୍ଷୟକ୍ଷତି ସମ୍ବନ୍ଧରେ ଜିଲାପାଳ ଓ ସମ୍ପୃକ୍ତ ନିର୍ଦେଶକଙ୍କୁ ଜଣାଇବେ। ଆବଶ୍ୟକସ୍ଥଳେ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ଚାଉଳକୁ ରିଲିଫ୍ କାର୍ଯ୍ୟରେ ବ୍ୟବହାର କରିପାରିବେ। ପରବର୍ତ୍ତୀ ଅବସ୍ଥାରେ ଏହା ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କଠାରୁ ଭରଣ କରାଯିବ। ବିଭାଗର ସମସ୍ତ ନିର୍ଦେଶକ ନିଜ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କ‌େ‌ଣ୍ଟ୍ରାଲ ରୁମ୍ ଖୋଲିବେ। ଡିଇଓଙ୍କ ସହ ଯୋଗାଯୋଗରେ ରହିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କ‌େ‌ଣ୍ଟ୍ରାଲ ରୁମ୍ ଖୋଲା ରହିବ। ଆବଶ୍ୟକସ୍ଥଳେ ଅନୁ ସଚିବ ଗୁଣ୍ଡାଇ ହାଁସଦାଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories