www.samajalive.in
Friday, December 5, 2025
27.1 C
Bhubaneswar

ଜୀବିକା ହରାଇବେ ହଜାର ହଜାର ମତ୍ସ୍ୟଜୀବୀ

ବାହାନଗା: ରଙ୍ଗହୀନ ହୋଇଯାଇଛି ପଞ୍ଚୁବିଶା ଜେଟିର ରଙ୍ଗିନ ନକ୍ସା। ଜନଗହଳିପୂର୍ଣ୍ଣ ମୁହାଣ ଏବେ ଜରାଜୀର୍ଣ୍ଣ। ବାଲେଶ୍ବର ଜିଲା, ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ଏହି ପଞ୍ଚୁବିଶା ଜେଟି ଲାଗୁଛି ଖାଁ ଖାଁ। ସତେ ଯେମିତି ଅଲୋଡ଼ା ହୋଇପଡ଼ିଛି ସେଠାକାର ମତ୍ସ୍ୟ ବିତରଣ କେନ୍ଦ୍ର। ଏହି ଜେଟିରେ ୫୦୦ରୁ ଅଧିକ ଡଙ୍ଗାରେ ହଜାର ହଜାର ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଏବେ ଅଧିକାଂଶ ହାତବାନ୍ଧି ବସିଛନ୍ତି। ମୁହାଣ ପୋତି ହୋଇଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତେବେ ପଙ୍କ ଉଦ୍ଧାର ଓ ଉନ୍ନୟନ କାର୍ଯ୍ୟ ନାଁରେ ସରକାର ଦୁଇଟି ପର୍ଯ୍ୟାୟରେ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରିଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଆଜି ବି ମୁହାଣ ପୋତିହୋଇ ରହିଥିବାରୁ ପାଖାପାଖି ଶହେ ଡଙ୍ଗା ବଡ଼ କଷ୍ଟରେ ପେଲି ଠେଲି କରି ସମୁଦ୍ର ଭିତରକୁ ମାଛ ମାରି ଯିବା ସମ୍ଭବ ହେଉନାହିଁ। ଏହାକୁ ନେଇ ମତ୍ସ୍ୟଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ପଞ୍ଚୁବିଶା ଜେଟିରେ ସକାଳୁ ସନ୍ଧ୍ୟା ଯାଏ ମାଛ ହାଟରେ ଭରପୁର ଲୋକଙ୍କ ଗହଳି ରହିବା ସ୍ଥାନରେ ଏବେ ଖାଁ ଖାଁ ଲାଗୁଛି। ପୂର୍ବ ସରକାରଙ୍କ ସମୟରେ ମୁହାଣରୁ ପଙ୍କ ଉଦ୍ଧାର ଓ ବିକାଶ ନାମରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ। ପୂର୍ବରୁ ପଞ୍ଚୁବିଶା ନଦୀ ଗଭୀର ହୋଇ ବର୍ଷା ଜଳ, କୋଷ୍ଟ କେନାଲ ଜଳ ଠିକ ଭାବେ ଜେଟି ମୁହାଣ ଦେଇ ସମୁଦକୁ ବୋହିଯାଉଥିଲା। ସମୟାନୁସାରେ ଉପରମୁଣ୍ଡରେ ଚିଙ୍ଗୁଡି ଫାର୍ମ କରିଥିବା ଲୋକେ ବର୍ଷା ଜଳ ସହ କୋଷ୍ଟ କେନାଲ ଜଳର ଗତିପଥକୁ ବଦଳାଇ ଦେଇଛନ୍ତି। ଏପରିକି କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମଧ୍ୟ ନିଜର ଲାଭାଖୋର ମନୋବୃତ୍ତି ପାଇଁ ଜଳର ଗତିପଥ ପଞ୍ଚୁବିଶା ନଦୀକୁ ନଛାଡି ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଜଳର ଗତିପଥ ବଦଳିବାରୁ ନଦୀ ମୁହାଣ ଆସ୍ତେ ଆସ୍ତେ ପୋତି ହୋଇଯାଇଛି।

- Advertisement -

ରକ୍ଷଣାବେକ୍ଷଣା ଓ ସୁରକ୍ଷା ଅଭାବରୁ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଖଣ୍ଡ ଖଣ୍ଡ ହୋଇ ସିମେଣ୍ଟ ଖସିପଡ଼ୁଛି। ଲୁଣା ଜଳ ଜନବସତିକୁ ନମାଡ଼ିବା ପାଇଁ ସ୍ଥାୟୀ ବନ୍ଧ ନିର୍ମାଣ କାଁଭାଁ ହୋଇଥିବା ବେଳେ ତାହା ମଧ୍ୟ ନଷ୍ଟ ହୋଇଗଲାଣି। ଏଭଳି ପରିସ୍ଥତିରେ କୂଳବେଉସା ଛାଡି ଅନେକ ଯୁବକ ଏବେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ପଳାଉଛନ୍ତି। ନୂଆ ସରକାର, ଭଦ୍ରକ ସାଂସଦ, ସୋର ବିଧାୟକ ଏବଂ ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ମତ୍ସ୍ୟଜୀବୀଙ୍କର ଉନ୍ନତି ପାଇଁ ପ୍ରୟାସ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories