www.samajalive.in
Friday, December 5, 2025
27.1 C
Bhubaneswar

ଆଳୁ କେଜି @୩୦ ଟଙ୍କା

ଭୁବନେଶ୍ବର: ବାତ୍ୟା ମନ୍ଥା ଆଳୁ ଦର ବଢାଇଛି। କେଜି ପ୍ରତି ହଠାତ୍‌ ୧୦ ଟଙ୍କା ବଢ଼ିଛି। ଯିଏ ୨ କେଜି ନେବା କଥା; ସେ ୨୦ କିଲୋ ଆଳୁ ନେଉଛନ୍ତି। ଖାଉଟିଙ୍କ ଚାହିଦା ଦେଖି କିଛି ଅସାଧୁ ବ୍ୟବସାୟୀ ଆଳୁ ମହଜୁଦ ରଖି ମୂଲ୍ୟ ବଢ଼ାଇଛନ୍ତି। ରାତାରାତି ଆଳୁ ବସ୍ତା ୫୫୦ରୁ ୮୫୦କୁ ବୃଦ୍ଧି ପାଇଛି। ସେହିପରି କାର୍ତ୍ତିକ ମାସରେ ପିଆଜ କେଜି ପ୍ରତି ୫ ଟଙ୍କା ବଢ଼ିଛି। ଏପରି କିଛି ଅସାଧୁ ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗର କାଳୀପୂଜା ସହ ଓଡ଼ିଶାରେ ବାତ୍ୟା ଡର ସୁହାଇଛି। ହଠାତ୍‌ ମୂଲ୍ୟ ବଢ଼ିବା ପଛରେ ଯୋଗାଣ ବିଭାଗର ସତେ ଯେପରି କୌଣସି ନିୟନ୍ତ୍ରଣ ନଥିବା ମନେହେଉଛି।

ଏସଂକ୍ରାନ୍ତରେ କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିକାନ୍ତ ମିଶ୍ର କହିଛନ୍ତି, ଆଳୁ ମହଜୁଦ ଅଛି, ଆମଦାନୀ ସମୟରେ ଖାଉଟିଙ୍କ ଦ୍ବାରା ଅଭାବ ଦେଖାଦେଇଛି। ଆଉ ୨/୩ ଦିନ ମଧ୍ୟରେ ସୁଧାର ଆସିବ। କଲକାତାରେ ଏବେ କାଳୀପୂଜା ଉତ୍ସବ ଚାଲିଛି। ସେଠାରେ ଅଧିକାଂଶ ଗଦି ଗତ ଦୁଇ ଦିନ ହେବ ବନ୍ଦ ରହିଛି। ଫଳରେ ଆମଦାନୀ କମିଛି। ଏଣେ ବାତ୍ୟା ସୂଚନା ପାଇ ଲୋକେ ବସ୍ତା ବସ୍ତା ଆଳୁ ନେଉଛନ୍ତି। ପିଆଜ ମଧ୍ୟ ଖାଉଟି ନେଇ ଯାଇଥିଲେ। ସୋମବାର ସକାଳୁ ବଜାରରେ ଆଳୁର ଅଭାବ ଦେଖା ଦେଇଥିଲା। ଏପରିକି ଚୁଡ଼ା, ମହମବତି ଓ ଦିଆସିଲି ମଧ୍ୟ ଲୋକେ ଅଧିକ କିଣିଛନ୍ତି। କାର୍ତ୍ତିକରେ ପରିବା ଦର ବୃଦ୍ଧି ପାଇବା ସ୍ବାଭାବିକ। ମନ୍ଥା ଲାଗି କେଜି ପ୍ରତି ୮୦ ଟଙ୍କା ତଳକୁ ନାହିଁ କୌଣସି ପରିବା ମୂଲ୍ୟ।

- Advertisement -

ସୂଚନା ଥାଉକି, ଆଳୁ କ୍ଷେତ୍ରରେ ରାଜ୍ୟ ସ୍ବାବଲମ୍ବୀ ହୋଇପାରିନି। ଭୁବନେଶ୍ବରକୁ ପ୍ରତିଦିନ ୨୫୦ରୁ ୩୦୦ କ୍ବିଣ୍ଟାଲ ଆଳୁ ଆସିଥାଏ। ଓଡ଼ିଶା ପାଇଁ ବର୍ଷକୁ ପାଖାପାଖି ୧୪ ଲକ୍ଷ ମେଟ୍ରିକ୍‌ ଟନ୍ ଆଳୁ ଦରକାର; କିନ୍ତୁ ରାଜ୍ୟରେ ଉତ୍ପାଦିତ ହେଉଛି ପ୍ରାୟ ୩ ଲକ୍ଷ ମେଟ୍ରିକ୍‌ ଟନ୍। ନିଜସ୍ୱ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟରୁ ବର୍ଷକୁ ୧୬ଶହରୁ ଦୁଇ ହଜାର କୋଟି ଟଙ୍କାର ଆଳୁ ଆମଦାନୀ କରୁଛି। ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ପୂର୍ବ ସରକାର ଆଳୁ ମିଶନ ହାତକୁ ନେଇଥିବାବେଳେ ନୂଆ ସରକାର ଆସିବା ପରେ ଆଳୁ ମିଶନ ଅବଧି ବୃଦ୍ଧି କରିଥିଲେ; କିନ୍ତୁ ପ୍ରାମାଣିକ ଆଳୁ ବିହନ ନ ମିଳିବାରୁ ଉଦ୍ୟାନ କୃଷି ବିଭାଗ ଚାଷୀଙ୍କୁ ବିହନ ଯୋଗାଇ ପାରୁନାହିଁ।

କୋରାପୁଟ, ଫୁଲବାଣୀ ଏବଂ କଳାହାଣ୍ଡି ଆଦି ଜିଲାରେ ଆଳୁ ଉତ୍ପାଦନ ପାଇଁ ଭରପୂର ସୁଯୋଗ ରହିଛି। ଏହାଛଡ଼ା ପୁରୀ, କଟକ, ଗଞ୍ଜାମ, ଅନୁଗୋଳ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଆଦି ଜିଲାରେ ଆଳୁ ଉତ୍ପାଦନ ଲାଗି ଅନୁକୂଳ ବାତାବରଣ ରହିଛି। ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପାଖାପାଖି ଶତାଧିକ ଭଣ୍ଡାର ରହିଛି ଏବଂ ଆଳୁ ସଂରକ୍ଷଣ ଲାଗି ବ୍ୟବସ୍ଥା କରାଯାଇଛି। ହେଲେ ଓଡ଼ିଶାରେ ଶୀତଳ ଭଣ୍ଡାର ନଥିବାରୁ ରାଜ୍ୟ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରୁନାହିଁ। ଓଡ଼ିଶାରେ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ନାହିଁ। ନିଜସ୍ୱ ଉଦ୍ୟମରେ ଆଳୁ ଭଳି ଅର୍ଥକରୀ ଫସଲ ଉତ୍ପାଦନ ଲାଗି ଯେଉଁ ଚାଷୀ ବର୍ଷବର୍ଷ ଧରି କାମ କରୁଥିଲେ, ସେମାନେ ଏବେ ଆଳୁ ଚାଷ ପ୍ରତି ମୁହଁ ମୋଡୁଛନ୍ତି। ସଂରକ୍ଷଣ ସୁବିଧା ନପାଇ କ୍ୱିଣ୍ଟାଲ ପିଛା ୪ରୁ ୫ଶହ ଟଙ୍କାରେ ବେପାରୀଙ୍କୁ ଉତ୍ପାଦିତ ଆଳୁ ବିକ୍ରି କରି କ୍ଷତିର ସମ୍ମୁଖୀନ ହେଉଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories