www.samajalive.in
Thursday, December 11, 2025
18.1 C
Bhubaneswar

ଅସ୍ଥାୟୀ ତମ୍ବୁ ତଳେ ପାଠ ପଢ଼ା

ଗୁଡଭେଲା : ରାଜ୍ୟ ଶିକ୍ଷା ମନ୍ତ୍ରୀ ସ୍କୁଲକୁ ସାମ୍ବାଦିକ ଯାଇପାରିବେ ନାହିଁ ଆମେ ଆମ ଅସୁବିଧା ବିଷୟରେ ଅବଗତ ଅଛୁ ବୋଲି କହୁଛନ୍ତି। ତେବେ ବଲାଙ୍ଗିର ଜିଲା ଅନ୍ତର୍ଗତ ଗୁଡ଼ଭେଲା ବ୍ଳକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସରକାରଙ୍କ ଶିକ୍ଷା ବିକାଶ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗୁଡଭେଲା ବ୍ଳକ ନୂଆପଡା ପଞ୍ଚାୟତ ଅଧୀନ ତାଣ୍ଡିଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଭାଗ୍ୟ ପରିିିବର୍ତ୍ତନ ହେଉ ନଥିବା ଅଭିଯୋଗ ହେଉଛି। ତାଣ୍ଡିଗଁା ବିଦ୍ୟାଳୟରେ ପାଠ ପଢିବା ପାଇଁ ଶ୍ରେଣୀ ଗୃହ ନଥିବାରୁ ଅସ୍ଥାୟୀ ତମ୍ବୁ ତଳେ ଛାତ୍ରଛାତ୍ରୀ ପଢୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ୧୯୬୦ ମସିହାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଯାଇଥିଲା; କିନ୍ତୁ ବିଦ୍ୟାଳୟ ଗାଁର ଜନୈକ ଲୋକଙ୍କ ରୟତି ଜମିରେ ସ୍ଥାପନ କରାଯାଇଥିବା ତଥା ସ୍କୁଲ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟଟିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ଅଙ୍ଗନବାଡି କେନ୍ଦ୍ରର ଛୋଟିଆ ଗୃହରେ କାର୍ଯ୍ୟାଳୟ ଖୋଲାଯାଇଛି। ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଗାଁ ଲୋକଙ୍କ ସହଯୋଗରେ ପଲିଥିନର ଅସ୍ଥାୟୀ ତମ୍ବୁ ତଳେ ବିଦ୍ୟାଳୟ ପରିଚାଳିତ ହେଉଛି। ଏହା ସହ ଗ୍ରାମବାସୀ ଚାନ୍ଦା ଆଦାୟ କରି ବିଦ୍ୟାଳୟ ପାଇଁ ଜମି କିଣିବା ସହ କୋଠା ମଧ୍ୟ ନିର୍ମାଣ କରାଯାଇଛି। ୬ ମାସ ହେବ ଛାତ ପକା ସରିଛି; କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସ୍କୁଲ କୋଠା ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି। ଏପରି ସ୍ଥିତିରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୦୫ ଛାତ୍ରଛାତ୍ରୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ସମୟରେ ପାଠ ପଢା ବନ୍ଦ ରହୁଛି। ଏ ସମ୍ପର୍କରେ ଗୁଡଭେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ପଚାରିବାରୁ କଣ ସମସ୍ୟା ରହିଛି ତାହା ବୁଝିବି ବୋଲି କହିଥିଲେ। କନିଷ୍ଠ ଯନ୍ତ୍ରୀ ବର୍ଷାରାଣୀ ବହଳିଆଙ୍କୁ ପଚାରିବାରୁ ଦ୍ୱିତୀୟ କିସ୍ତି ଟଙ୍କା ଆସିବାରେ ବିଳମ୍ବ ଯୋଗୁଁ କାମ ହୋଇ ନଥିଲା। ବର୍ତ୍ତମାନ ଟଙ୍କା ଆସି ଯାଇଛି, ଏକ ସପ୍ତାହ ଭିତରେ କାମ ଆରମ୍ଭ ହେବ ବୋଲି କହିଥିଲେ। ରାଜ୍ୟ ସରକାର ତୁରନ୍ତ ଅବହେଳିତ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ସହିତ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories