www.samajalive.in
Sunday, December 7, 2025
15.1 C
Bhubaneswar

ସ୍କୁଲ ବସ୍ ଦୁର୍ଘଟଣା – ଅଧ୍ୟକ୍ଷ ଗିରଫ

ଡେସ୍କ: ହରିୟାଣାର ମହେନ୍ଦ୍ରଗଡ଼ରେ ଗୁରୁବାର ଏକ ଘରୋଇ ସ୍କୁଲ ବସ୍ ଓଲଟି ପଡ଼ିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହେବାର କିଛି ଘଣ୍ଟା ପରେ ସ୍କୁଲର ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ହରିୟାଣା ପରିବହନ ମନ୍ତ୍ରୀ ଅସୀମ ଗୋଏଲ କହିଛନ୍ତି, ଏକ ଉଚ୍ଚସ୍ତରୀୟ କମିଟି ଏହି ଘଟଣାର ତଦନ୍ତ କରିବ।

୪ ସହରରେ ଆଜି ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ

- Advertisement -

ସ୍କୁଲ ବିରୋଧରେ ଏତଲା ରୁଜୁ କରାଯିବ। ଚଳିତ ବର୍ଷ ମାର୍ଚ୍ଚ ମାସରେ କାଗଜପତ୍ର ଅସମ୍ପୂର୍ଣ୍ଣ ଥିବାରୁ ଏହି ସ୍କୁଲ ବସ୍ ଉପରେ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏ କ୍ଷେତ୍ରରେ ବିଦ୍ୟାଳୟର ଅବହେଳା ସ୍ପଷ୍ଟ ହୋଇଛି। ରାଜ୍ୟର ସମସ୍ତ ସ୍କୁଲ ଗାଡିର ଫିଟନେସ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଜେପି ୨୪ କ୍ୟାରେଟ ସୁନା, କଂଗ୍ରେସ କଳଙ୍କି ଲଗା ଲୁହା – ରାଜନାଥ

ମିଳିଥିବା ସୂଚନା ଅନୁଯାୟୀ , ବସଟି ଜିଆରଏଲ୍ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଘରୁ ନେଇ ଯାଉଥିବା ବେଳେ ରାସ୍ତାରେ ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବା ବେଳେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ସ୍କୁଲ ପିଲାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଜନନାୟକ ଜନତା ପାର୍ଟି (ଜେଜେପି) ମୁଖ୍ୟ ତଥା ହରିୟାଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା ପ୍ରଶ୍ନ କରିଛନ୍ତି ଯେ ଇଦ୍-ଉଲ୍-ଫିତର ଅବସରରେ ଦେଶବ୍ୟାପୀ ଛୁଟି ଥିବା ସତ୍ତ୍ୱେ ସ୍କୁଲ କାହିଁକି ଖୋଲାଥିଲା। ବସ୍ ଡ୍ରାଇଭର ମଦ୍ୟପାନ କରିଥିବା ଖବରର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories