www.samajalive.in
Saturday, December 6, 2025
16.1 C
Bhubaneswar

ଏସସିବିରେ ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର ଉଦ୍‌ଘାଟିତ : ୬ମାସରେ ହେଲା କାର୍ଯ୍ୟକ୍ଷମ

କଟକ :ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ମାଇକ୍ରୋବାଇଓଲୋଜି ବିଭାଗ ଅଧିନସ୍ଥ ଭାଇରାଲ ରିସର୍ଚ ଡାଇଗ୍ନୋଷ୍ଟିକ ଲବ୍ରୋଟୋରୀ (ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର)ର ନୂତନ ଭାବେ ନିରଣିତ ହୋଇଥିବା ପ୍ରଶିକ୍ଷଣ ଓ ସୂଚନା କେନ୍ଦ୍ର ଶୁକ୍ରବାର ଉଦଘାଟିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ ଏହି ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାରକୁ ଉଦଘାଟନ କରି କହିଲେ ଯେ କୋଲକାତା ଓ ପୁନେରେ ଆଇସିଏମଆର ଅଧୀନରେ ଏହି ପରୀକ୍ଷାଗାର କାର୍ଯ୍ୟ କରିବ। ରାଜ୍ୟରେ ଏହିଭଳି ପରୀକ୍ଷାଗାର ସ୍ଥାପନ ଦ୍ବାରା ଭୂତାଣୁ ପ୍ରଭାବର ଗବେଷଣା ହେବା ସହ ଏହାର ରୂପ ଓ ଗୁଣର ନିଦାନ ବ୍ୟବସ୍ଥା ହୋଇଇପାରିବ । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ସାଂସଦ ପାଣ୍ଠିର ସହଯୋଗରେ ଜିଲା ପ୍ରଶାସନର ଉଦ୍ୟମରେ ଏହି ପରୀକ୍ଷାଗାରରେ ଗବେଷଣା ନିମନ୍ତେ ସ୍ଥାୟୀ ବ୍ୟବସ୍ଥା ହୋଇପଡ଼ିଛି ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ବାଳ, କେନ୍ଦାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ, ଜିଲାପାଳ ଭବାନୀଶଙ୍କର ଚୟନୀ, ସିଏମସି କମିସନର ଅନନ୍ୟା ଦାସ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଏହି ମାଇକ୍ରୋବାଇଓଲୋଜି ବିଭାଗ ଅଧିନସ୍ଥ ଭାଇରାଲ ରିସର୍ଚ୍ଚ ଡାଇଗୋନାଷ୍ଟିକ ଲାବୋରେଟୋରୀରେ କୋଭିଡ-୧୯ ସମ୍ବନ୍ଧୀୟ ସୂଚନା ଓ ତାଲିମ ପ୍ରଦାନ କରାଯିବା ପାଇଁ ଏକ କେନ୍ଦ୍ର ଖୋଲାଯିବା ପାଇଁ ଜିଲାପାଳ ସାଂସଦ ଶ୍ରୀ ମହତାବଙ୍କୁ ସାଂସଦ ପାଣ୍ଠିରୁ ଖର୍ଚ୍ଚ ନିମନ୍ତେ ଅନୁରୋଧ କରିଥିଲେ। ସାଂସଦ ଏଥିପାଇଁ ୨୦ ଲକ୍ଷ ମଞ୍ଜୁର କରିଥିଲେ। ଏହି ଉଦଘାଟନ ଅବସରେ ପ୍ରଫେସର ଡ଼ା ନିରୂପମା ଚୟନୀ ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର ସମ୍ପର୍କରେ ଆଲୋକପାତ କରିଥିବା ବେଳେ ପ୍ରଫେସର ଡ଼ା ଜୟନ୍ତ କୁମାର ପଣ୍ଡା କୋଭିଡ ଆକ୍ରାନ୍ତରେ ଚିକିତ୍ସା ହୋଇ ସୁସ୍ଥ ହେବାପରେ ପରବର୍ତ୍ତୀ ଚିକିତ୍ସା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ପୂର୍ଣଚନ୍ଦ୍ର ମିଶ୍ର, ଏସି.ବି. ମେଡିକାଲ କୋଲେଜ ଓ ହସ୍ପିଟଲର ଅଧ୍ୟକ୍ଷ ପ୍ରଫେସର ଡ଼ା ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡ଼ା ଲୁସି ଦାସ, ପ୍ରଫେସର ଡ଼ା ଏସ.ଏନ ରାଉତରାୟ, ପ୍ରଫେସର ଡ଼ା ବିଦ୍ୟୁତ ଦାସ, ପ୍ରଫେସର ଡ଼ା ତୁଷାର କର, ପ୍ରଫେସର ଡ଼ା ମନୋରଞ୍ଜନ ପଟ୍ଟନୟକ, ସହଯୋଗୀ ପ୍ରଫେସର ଡ଼ା ରୋମା ରତନ, ଡ଼ା ଭୁବନାନନ୍ଦ ମହାରଣା,ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ହସ୍ପିଟଲ ମ୍ୟାନେଜର ସୌମ୍ୟା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories