www.samajalive.in
Saturday, December 6, 2025
26.1 C
Bhubaneswar

ଏଣିକି ସବୁଦିନ ଚାଲିବ ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର : ଭୁବନେଶ୍ବରରୁ ରାଉରକେଲାକୁ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ ଶନିବାରଠାରୁ ପ୍ରତ୍ୟେକ ଦିନ ଚଳାଚଳ କରିବ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଚଳିତ ମାସ ୭ ତାରିଖଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଉକ୍ତ ଟ୍ରେନ ସପ୍ତାହକୁ ପାଞ୍ଚଦିନ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଥିଲା। ବଢୁଥିବା ଯାତ୍ରୀ ସଂଖ୍ୟାକୁ ଦୃ‌ଷ୍ଟିରେ ରଖି ସବୁଦିନ ଚଳାଚଳ କରିବା ପାଇଁ ରେଳବାଇ ନିଷ୍ପତ୍ତି ନେଇଛି। ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ରଟ୍ରେନ ରାଉରକେଲାରୁ ସକାଳ ୦୫ଘ.୧୦ମି.ରେ ଛାଡି ଭୁବନେଶ୍ୱରରେ ଅପରାହ୍ନ ୧୨ଘ.୩୦ମି.ରେ ପହଞ୍ଚିବ। ଫେରିବା ପଥରେ, ୦୨୮୬୨ ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଅପରାହ୍ଣ ୨ଘ.୧୦ମି.ରେ ଛାଡ଼ି ରାଉରକେଲାରେ ରାତ୍ର ୯ଘ.୪୦ମି.ରେ ପହଞ୍ଚିବ।

ଏହି ସ୍ବତନ୍ତ୍ର ଟ୍ରେନ ପୂର୍ବରୁ ୮ଟି କୋଚ ପରିବର୍ତ୍ତେ ଏବେ ୧୦ କୋଚ ସହିତ ଚଳାଚଳ କରିବ। ଏହି ଟ୍ରେନ ରେ ଗୋଟିଏ ଏସି-ଚେୟାର କାର୍‌ ଏବଂ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର କାର ଅତିରିକ୍ତ ସଂଯୋଗ ପରେ ଏହା ୨ଟି ଏସି ଚେୟାର୍ କାର୍, ୬ଟି ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍ ଏବଂ ୨ଟି ଲଗେଜ୍ ଭ୍ୟାନ୍ ସହିତ ଚଳାଚଳ କରିବ। ଉକ୍ତ ଟ୍ରେନ୍ ଉଭୟ ପଟରୁ ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୋଳ, ତାଳ‌େ‌ଚର ରୋଡ୍, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁର ଷ୍ଟେସନମାନଙ୍କରେ ରହଣି କରିବ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories