www.samajalive.in
Monday, December 8, 2025
24.1 C
Bhubaneswar

କାଲି କମଲନାଥଙ୍କ ଫ୍ଲୋର ଟେଷ୍ଟ, ସୁପ୍ରିମକୋର୍ଟ ଦେଲେ ନିର୍ଦେଶ

ଭୋପାଳ: ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ସଙ୍କଟରେ ଶୁକ୍ରବାର ପୂର୍ଣ୍ଣଚ୍ଛେଦ ପଡ଼ିବ। କାରଣ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଶୁକ୍ରବାର ବହୁମତ ପରୀକ୍ଷା ଦେବାକୁ ପଡ଼ିବ। ଏ ନେଇ ଗୁରୁବାର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କାଲି ହିଁ କମଲନାଥ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ। ବିଧାନସଭାରେ ହେବାକୁ ଥିବା ଏହି ଫ୍ଲୋର ଟେଷ୍ଟ ସମୟର ଦୃଶ୍ୟକୁ ଭିଡିଓଗ୍ରାଫି କରିବା ଲାଗି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କମଲନାଥଙ୍କ ସରକାରରୁ ୧୬ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ଏହି ବିଦ୍ରୋହୀ ବିଧାୟକ ଏବେ କର୍ଣ୍ଣାଟକର ଏକ ହୋଟେଲରେ ରହିଛନ୍ତି। ବିଧାୟକମାନଙ୍କ ଇସ୍ତଫା ପରେ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା ବିଜେପି ଅଭିଯୋଗ କରି ବହୁମତ ପରୀକ୍ଷା ଦାବି କରିଥିଲା। ଗତ ସୋମବାର ବହୁମତ ପରୀକ୍ଷା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବାଚସ୍ପତି ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ କରିଦେବାରୁ କମଲନାଥଙ୍କୁ କିଛିଟା ଅଶ୍ଵସ୍ତି ମିଳିଥିଲା। ମାତ୍ର ବିଜେପି ନେତା ଶିବରାଜ ସିଂହ ଚୌହ୍ବାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ସହିତ ଫ୍ଲୋର ଟେଷ୍ଟ ପାଇଁ ନିର୍ଦେଶ ଦେବା ଲାଗି ନିବେଦନ କରିଥିଲେ।

ଅନ୍ୟପଟେ ଯଦି ୧୬ ବିଦ୍ରୋହୀ ବିଧାୟକ ଫ୍ଲୋର ଟେଷ୍ଟରେ ଭାଗନେବାକୁ ଚାହାଁନ୍ତି, ତେବେ କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ପୁଲିସ ସେମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories