www.samajalive.in
Monday, December 8, 2025
27.1 C
Bhubaneswar

ମୋବାଇଲ ନମ୍ବର ପଞ୍ଜିକୃତ ନ ଥିଲେ ମଧ୍ୟ ପାଇପାରିବେ ଆଧାର

ନୂଆଦିଲ୍ଲୀ : ପୂର୍ବରୁ ଆଧାର କାର୍ଡ ହଜିଗଲେ ପୁନଃ ପାଇବା ପାଇଁ ଆଧାରକାର୍ଡରେ ପଞ୍ଜିକୃତ ହୋଇଥିବା ନମ୍ବରର ଆବଶ୍ୟକତା ହୋଇଥାଏ। କିନ୍ତୁ,  ଏବେ ଆଧାରକାର୍ଡ ହଜିଗଲେ ପଞ୍ଜିକୃତ ମୋବାଇଲ ନମ୍ବର ବିନା ମଧ୍ୟ ଆଧାର କାର୍ଡ ପାଇପାରିବେ।

ଭାରତର ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅର୍ଥାତ୍ (UIDA)  ଗତ ବର୍ଷ ଆଧାର ସମ୍ବନ୍ଧୀୟ ନିୟମକୁ ବଦଳାଇ ଥିଲେ । ନୂତନ ନିୟମ ଅନୁଯାୟୀ, ନୂତନ ଆଧାରକାର୍ଡ ପାଇଁ  ଆପଣଙ୍କୁ ନିର୍ଦ୍ଧାରିତ ମୂଲ୍ୟ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କିପରି ମୋବାଇଲ ନମ୍ବର ବିନା ଆଧାରକାର୍ଡ ପାଇପାରିବା ।

- Advertisement -

୧- ସର୍ବପ୍ରଥମେ ଆପଣଙ୍କୁ ଆଧାରର ଅଫିସିଆଲ୍ ସାଇଟ୍ www.uidai.gov.in କୁ ଯିବାକୁ ପଡିବ ।

image credit- amar ujala

୨- ବର୍ତ୍ତମାନ ମୋ ଆଧାର ଟ୍ୟାବ୍ ଆପଣଙ୍କ ସ୍କ୍ରିନରେ ଖୋଲିବ । ଏହାପରେ ଆପଣ ଆଧାର ପ୍ରିଣ୍ଟ୍ ଅପ୍ସନ୍ ଉପରେ ଟ୍ୟାପ୍ କରବେ ।

୩- ଏଠାରେ ଆପଣଙ୍କୁ ଆପଣଙ୍କର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର କିମ୍ବା ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ୍ ଆଇଡେଣ୍ଟିଫିକେସନ୍ ନମ୍ବର ପ୍ରବେଶ କରିବାକୁ ପଡିବ।

୪- ଏହାପରେ ଆପଣଙ୍କୁ ଦିଆଯାଇଥିବା ସୁରକ୍ଷା କୋଡକୁ ପ୍ରବେଶ କରିବାକୁ ପଡିବ । ତଳେ ଥିବା ବାକ୍ସରେ ମୋବାଇଲ୍ ନମ୍ବର ଆଧାରରେ ପଞ୍ଜିକୃତ ହୋଇନାହିଁ ବିକଳ୍ପ ବାଛିବେ । ପରେ ଦ୍ୱିତୀୟ ନମ୍ବର ପ୍ରବେଶ କରିବାକୁ ବିକଳ୍ପ ଆସିବ ।

୫-ଦ୍ବିତୀୟ ନମ୍ବର ପଞ୍ଜୀକୃତ କଲାପରେ ଓଟିପି ଆସିବ। ଏହାପରେ ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେବ । ଏହାପରେ ଆପଣକୁ ଧାର୍ଯ୍ୟ ରଖାଯାଇଥିବା ମୂଲ୍ୟ ଦେବାକୁ ପଡ଼ିବ।

୬- ଦେୟ ଦେଲାପରେ ଏକ ରସିଦ ସୃଷ୍ଟି ହେବ ଏବଂ ଏହା ପରେ ଆପଣ ଆପଣଙ୍କର ଆଧାର କାର୍ଡକୁ ପିଡିଏଫ ମଧ୍ୟମରେ ଡାଉନଲୋଡ କରିବାସହ ମୁଦ୍ରଣ କରିପାରିବେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories