www.samajalive.in
Monday, December 8, 2025
14.1 C
Bhubaneswar

ଟିକାକରଣ ସ୍ଲଟ ବୁକିଙ୍ଗ ଅସଙ୍ଗତି, ଖାଲି ହେଲେ ବୁକିଂ ମାତ୍ରେ ନାହିଁ

ବୁର୍ଲା: ବର୍ତ୍ତମାନ କରୋନା ମହାମାରୀ ସମସ୍ତ ମହଲରେ ଏକ ଆତଙ୍କର ବାତାବରଣ ଖେଳାଇ ଦେଇଥିବା ବେଳେ ସରକାରୀ କଳ ସମସ୍ତ ଜନସାଧାରଣଙ୍କୁ ନିଜ ସମୟ ଆସିଲେ ଟିକାନେବା ପାଇଁ ପରାମର୍ଶ କରୁଛନ୍ତି। ଏହା ମଧ୍ୟରେ ଟିକାକରଣ ବର୍ତ୍ତମାନ ଶିକ୍ଷିତ ଯୁବପିଢ଼ିଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି ତାହା ହେଲା ସ୍ଲଟ ଖାଲି ରହିଛି ଏବଂ ସମସ୍ତ ସ୍ଲଟ ବୁକିଙ୍ଗ ହେଉଯାଉଛି ମଧ୍ୟରେ। କାରଣ ହେଲା ଜଣେ ଉଚ୍ଚଶିକ୍ଷିତ ମଧ୍ୟ ସ୍ଲଟ ବୁକିଙ୍ଗରେ ନାକେଦମ ହୋଇଯିବା ସତ୍ୱେ ସ୍ଲଟ ବୁକିଙ୍ଗ କରି ପାରୁନାହାନ୍ତି ତଥା ବିଚାରା ସାଧାରଣ ବର୍ଗର ଗ୍ରାମୀଣ ଯୁବକ ଯୁବତୀଙ୍କ କ୍ଷେତ୍ରରେ ଏହା କିପରି ସମ୍ଭବ ହେବ। ତେଣୁ ଅନେକେ ଏହି ଟିକାକରଣରୁ ବଞ୍ଚିତ ହେବା ଆଶଙ୍କା ସୃଷ୍ଟି କରିବା ସହିତ ସ୍ଲଟ ବୁକିଙ୍ଗ ଏକ ପ୍ରହସନ ସଦୃଶ ହେଉଛି।

କାରଣ କେତେକ ସେଣ୍ଟରରେ ସ୍ଲଟ ଖାଲି ରହିଥିବା ଦର୍ଶାଇଥିବା ବେଳେ ଯେତେବେଳେ ସ୍ଲଟ ବୁକିଙ୍ଗ କରାଯାଉଛି ସେହି ସମୟରେ ସେହି ସେଣ୍ଟର ସ୍ଲଟ ବୁକିଙ୍ଗ ହୋଇ ସାରିଥିବା ଦେଖାଯାଉଛି। ଏପରିକି ସଂନ୍ଧ୍ୟା ସାଢ଼େ ଚାରିଟା ସମୟରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏପରି ଚାଲିଥିଲା। ଯୁବକମାନେ ବୁର୍ଲା ସମେତ ସମ୍ବଲପୁର ଜିଲ୍ଲାର ଅନ୍ୟ ସେଣ୍ଟରମାନ ମଧ୍ୟ ଏପରି ସ୍ଲଟ ବୁକିଙ୍ଗ ପ୍ରୟାସ କରିଥିଲେ ମଧ୍ୟ ତାହା ହୋଇ ନ ଥିଲା। ଯଦିବା ଶିକ୍ଷିତ ଯୁବପିଢ଼ୀ ଟିକାରଣର ଜଟିଳ ବ୍ୟବସ୍ତାରେ ସ୍ଲଟ ବୁକିଙ୍ଗ କରି ପାରୁ ନାହାନ୍ତି ତା ହେଲେ ସାଧାରଣ ଅଶିକ୍ଷିତ ବର୍ଗ କିପରି ଭାବରେ ଏହି ଟିକାକରଣରେ ସାମିଲ ହୋଇ କରୋନାକୁ ପ୍ରତିହତ କରିବାରେ ଦେଶରେ ସହାୟକ ହେବେ ବୋଲି ମତପ୍ରକାଶ ପାଉଛି। ତେବେ ଏହି ବ୍ୟବସ୍ତାକୁ ସରଳିକରଣ କରିବା ପାଇଁ ଯୁବପିଢ଼ୀ ମହଲରେ ଦାବୀ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories