www.samajalive.in
Saturday, December 6, 2025
26.1 C
Bhubaneswar

ସମାଜସେବୀଙ୍କ ଯୋଗୁଁ ବଞ୍ଚିଲା ମାଙ୍କଡର ଜୀବନ

କଣ୍ଟାବାଞ୍ଜି: ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି ଯାହା ଫଳରେ ଜୀବଜନ୍ତୁ ମାନେ ଗାଁ ମୁଁହା ହେଉଛନ୍ତି। କିଛିଦିନ ହେଲା ଗୋଟିଏ ଦଳ ମାଙ୍କଡ଼ ବ୍ରାହ୍ମଣୀ, ରଜାମରା ଓ ଜାମୁଟଝୁଲା ଗ୍ରାମକୁ ପଶି ଆସି ପନିପରିବା, ଆମ୍ବ ଆଦି ଗଛ ଗୁଡିକୁ ନଷ୍ଟ କରିବାରେ ଲାଗିଛନ୍ତି। ଅଚାନକ ବ୍ରାହ୍ମଣୀ ଗାଁରେ ଗୋଟିଏ ଛୋଟ ମାଙ୍କଡ଼ ଛୁଆକୁ ମାଙ୍କଡ଼ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଯାହାଫଳରେ ଛୁଆଟି ଗୁରୁତର ଭାବେ ରାସ୍ତାରେ ପଡି ରହିଥିଲା। ଠିକ ସେତିକି ବେଳେ ଜାମୁଟଝୁଲା ଗ୍ରାମର ବିନୋଦ ପୁଟେଲ ଆସିବା ବେଳେ ତାଙ୍କ ଦୃଷ୍ଟି ଗୋଚର ହୋଇଥିଲା। କାଳ ବିଳମ୍ବ ନ କରି ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ।ତା ପରେ କଣ୍ଟାବାଞ୍ଜି ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସେଠ ମାଙ୍କଡର କ୍ଷତ ଯାଗା ମାନଙ୍କରେ ୨୫ ଗୋଟି ଷ୍ଟିଚ ଦେଇ ସିଲେଇ କରି ଔଷଧପତ୍ର ଦେଇଥିଲେ। ଚିକିତ୍ସା ପରେ ବିନୋଦ ପୁଟେଲ ମାଙ୍କଡ଼ ଛୁଆକୁ ନିଜ ଘରକୁ ନେଇ ସେବା ସୁଶ୍ରୂଷା କରୁଛନ୍ତି ଯାହା ଫଳରେ ମାଙ୍କଡ଼ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories