www.samajalive.in
Wednesday, December 10, 2025
18.1 C
Bhubaneswar

ସତ୍ୟବାଦୀ ତୃତୀୟ ବାର୍ଷିକ ସମାରୋହ ଅନୁଷ୍ଠିତ

କଟକ: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ପୌରହିତ୍ୟରେ ବହୁଳ ପ୍ରସାରିତ ମାସିକ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁ ସତ୍ୟବାଦୀ’ର ତୃତୀୟ ବାର୍ଷିକ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି। କଟକସ୍ଥିତ ସାରଳା ଭବନରେ ଆୟୋଜିତ ଏହି ସମାରୋହକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଛନ୍ତି। ‘ଶ୍ରୁତିନ୍ୟାସ’ର ପ୍ରତିଷ୍ଠାତା ସ୍ୱାମୀ ସୁଧାନନ୍ଦ ସରସ୍ଵତୀ ମହାରାଜ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସତ୍ୟବାଦୀର ସାଂସ୍କୃତିକ ପରମ୍ପରା ଉପରେ ଆଲୋକପାତ କରିଛନ୍ତି।

ଏହି ଅବସରରେ ପ୍ରତିଭା ସମ୍ମାନ ପ୍ରଦାନ, ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧନା ତଥା ଲେଖକ ସମ୍ମେଳନ ଆୟୋଜିତ ହୋଇଯାଇଛି। ଏହି କ୍ରମରେ ସାହିତ୍ୟିକ ପ୍ରଫେସର ଦାଶରଥି ଦାସଙ୍କୁ ସତ୍ୟବାଦୀ ସାରସ୍ୱତ ସମ୍ମାନ – ୨୦୧୯ରେ ସମ୍ମାନିତ କରାଯାଇଥିବା ବେଳେ ପ୍ରବନ୍ଧ ପାଇଁ ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର, କବିତା ପାଇଁ ସୁଶ୍ରୀ ସୁଚେତା ମିଶ୍ର, ଗଳ୍ପ ପାଇଁ ରମେଶ ଚନ୍ଦ୍ର ସାହୁ, ଶିଶୁସାହିତ୍ୟ-କବିତା ପାଇଁ ନଟବର ସାହୁ ଏବଂ ଶିଶୁସାହିତ୍ୟ-ଗଳ୍ପ ପାଇଁ ହରମୋହନ ମହାନ୍ତିଙ୍କୁ ସତ୍ୟବାଦୀ ସାହିତ୍ୟ ସମ୍ମାନ – ୨୦୧୯ରେ ସମ୍ମାନିତ କରାଯାଇଛି। ଅନ୍ୟପକ୍ଷରେ ୨୦୧୮-୧୯ ବର୍ଷ ଗୋପବନ୍ଧୁ ସତ୍ୟବାଦୀ ପତ୍ରିକାରେ ପ୍ରକାଶିତ ଲେଖା ପାଇଁ ୨୯୭ ଜଣ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories