www.samajalive.in
Wednesday, December 10, 2025
26.1 C
Bhubaneswar

ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତିଦେବ ଲବଙ୍ଗ ପାଣି

ଆଜିକାଲି ପ୍ରାୟ ବହୁତ ଲୋକ ଆଣ୍ଠୁଗଣ୍ଠି ଜନିତ ସମସ୍ୟାରେ ପୀଡ଼ିତ। ଏହି ସମସ୍ୟା ଭୋଗୁଥିବା ଲୋକେ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପଚାର ଆପଣାଇ ଥାଆନ୍ତି। ହେଲେ କେତେକଙ୍କୁ ସୁଫଳ ମିଳିବା ସହ ଅନ୍ୟ କେତେକଙ୍କୁ କୌଣସି ଫଳ ମିଳି ନଥାଏ। ତେବେ କ’ଣ ଆପଣ ଜାଣନ୍ତି ଅନେକ ଔଷଧୀୟ ଗୁଣରେ ଭରପୁର ଲବଙ୍ଗ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ଦେବାରେ ଖୁବ୍ ସହାୟକ ହୋଇଥାଏ। ଏହା ଅନେକ ରୋଗ ଦୂର କରିବାରେ ସହାୟକ ହେଉଥିବା ବେଳେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ବରଦାନ ସ୍ବରୂପ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଲବଙ୍ଗ କିପରି ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ –

ଲବଙ୍ଗର ଅନେକ ପୋଷାକତତ୍ତ୍ୱ ରହିଛି । ଏଥିରେ କ୍ୟାଲସିୟମ ଏବଂ ଓମେଗା-୩ ଏସିଡ୍ ଥାଏ। ପ୍ରତିଦିନ ସକାଳେ ଲବଙ୍ଗ ପାଣି ଅଧାକପ୍ ପିଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି। ତେଣୁ ଏଥିପାଇଁ ଅଧାକପ୍ ପାଣିରେ କିଛି ଲବଙ୍ଗ ପକାଇ ଗୋଟିଏ ରାତି ରଖିଦିଅନ୍ତୁ। ଏହାପରେ ସକାଳେ ସେହି ପାଣିକୁ ପିଅନ୍ତୁ। ନିୟମିତ ଏହାକୁ ସେବନ କରିବା ଦ୍ବାରା ଖୁବଶୀଘ୍ର ଆପଣ ଏହାର ଫଳ ନିଜେ ଉବଲବ୍ଧି କରିପାରିବେ।

- Advertisement -

ଏଥିସହିତ ଲବଙ୍ଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ସହ ଅକାଳ ବାର୍ଦ୍ଧକ୍ୟରୁ ଦୂରେଇ ରଖେ। ଲବଙ୍ଗ ପାଣି ପାଟି ଦୁର୍ଗନ୍ଧ ମଧ୍ୟ ଦୂର କରେ। ପ୍ରତିଦିନ ୨-୩ଟି ଲବଙ୍ଗ ଚୋବାଇ ପାଣି ପିଇଲେ ଅନେକ ସମସ୍ୟା ଦୂର ହେବା ସହିତ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ଲବଙ୍ଗ ପାଣି ଏସିଡିଟି ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories