www.samajalive.in
Saturday, December 6, 2025
26.1 C
Bhubaneswar

ଶନିବାର ରାଶିଫଳ: ନୂତନ ସାମଗ୍ରୀ କ୍ରୟ କରିପାରନ୍ତି, ଏହି ରାଶିର ଲୋକଙ୍କୁ ମିଳିବ ଶୁଭ ଖବର

ମେଷ- କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ପତ୍ନୀଙ୍କ ଉପଦେଶ ଗ୍ରହଣଯୋଗ୍ୟ ହେବ। ଧୈର୍ଯ୍ୟବାନ୍‌ ହେବେ।

ବୃଷ- ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁ ବିନାଶ କରିବା ସହ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। କାର୍ଯ୍ୟବ୍ୟସ୍ତତା ଆପଣଙ୍କୁ ନିରୁତ୍ସାହିତ ପରିବର୍ତ୍ତେ ଉତ୍ସାହିତ କରିପାରେ। ଅର୍ଥାଗମ ହେବ।

- Advertisement -

ମିଥୁନ- ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ଭିନ୍ନ ଭିନ୍ନ କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ଚଞ୍ଚଳମନା ହେବେ।

କର୍କଟ- ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଖୁବ୍‌ଶୀଘ୍ର ଉପୁଜିଥିବା ସମସ୍ୟାର ସମାଧାନ ହେବ। ଯାନବାହନ ସୁଖ ମିଳିପାରେ।

ସିଂହ- ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଠାକୁରଙ୍କ ଦର୍ଶନ ଲାଭକରି ଆତ୍ମତୃପ୍ତି ଲାଭ କରିବେ। ଅଶାନ୍ତି ଦୂର ହେବ।

କନ୍ୟା- ବିବିଧ ଧନଯୁକ୍ତ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ଆପଣଙ୍କ ସହିଷ୍ଣୁ ଭାବ ଜନସାଧାରଣଙ୍କୁ ବିମୋହିତ କରିପାରେ। ସୁଖୀ ଓ ସୁସ୍ଥ ରହିବେ।

ତୁଳା- ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ରୋଜଗାର ଆଶାନୁରୂପ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

ବିଛା- ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ମଧୁର ଭାଷା ପ୍ରୟୋଗ କରି ବିରୋଧୀଙ୍କୁ ବଶ କରିପାରନ୍ତି। ଅତ୍ୟାବଶ୍ୟକ ଦ୍ରବ୍ୟ କିଣିପାରନ୍ତି।

ଧନୁ- ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ।

ମକର- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତିମାନ୍‌ ହେବେ। ବହୁବିଧ ଧନ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ରଜ୍ଞ ହେବେ।

କୁମ୍ଭ- କାର‌୍ୟ୍ୟର ସଫଳ ରୂପାୟନ ଓ ମିଳିଥିବା କ୍ଷମତାର ସଦୁପଯୋଗ କରି ପ୍ରଶଂସାର ପାତ୍ର ହେବେ। ପରୋପକାର ଓ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଅର୍ଥାଗମର ସୂଚନା ମିଳୁଛି।

ମୀନ- କୌଣସି କାର୍ଯ୍ୟ ତରବର ହୋଇ ନିଷ୍ପତ୍ତି ନେଲେ ସୁଫଳ ମିଳିବା କଷ୍ଟସାଧ୍ୟ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ଯାନବାହନ ଚଳାଚଳରେ ସତର୍କ ରହିବେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories