www.samajalive.in
Tuesday, December 9, 2025
16.1 C
Bhubaneswar

ଶନିବାର ଦିନ ଏହି ଖାଦ୍ୟଦ୍ରବ୍ୟ ଖାଆନ୍ତୁ ନାହିଁ

ଶନିବାରକୁ ନ୍ୟାୟର ଦେବତା ଶନିଦେବଙ୍କ ନିମନ୍ତେ ସମର୍ପିତ। ଯଦି କୌଣସି ବ୍ୟକ୍ତିଙ୍କ ଜନ୍ମଜାତକରେ ଶନିଦୋଷ ରହିଥାଏ ତେବେ ଏହିଦିନ ବ୍ରତ କରିବାକୁ କୁହାଯାଇଛି। କୁହାଯାଏ ଯେ, ଶନିଦେବ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ଭଲ ଫଳ ଓ ଖରାପ କର୍ମ କରୁଥିବା ବ୍ୟକ୍ତିଙ୍କୁ ଖରାପ ଫଳ ଦେଇଥାଆନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଶନିଦୋଷ ରହିଥାଏ ତେବେ ଶନିବାର ଦିନ ତାଙ୍କୁ କିଛି ଖାଦ୍ୟଦ୍ରବ୍ୟ ଖାଇବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ଖାଦ୍ୟ ଖାଇବା ଅନୁଚିତ ..

ଯଦି ଶନିବାର ଦିନ ଆପଣ କ୍ଷୀର କିମ୍ବା ଦହି ଖାଇବାକୁ ଚାହୁଁଛନ୍ତି ତେବେ ତାହାକୁ ସାଧା ଖାଆନ୍ତୁ ନାହିଁ। କ୍ଷୀରରେ ହଳଦି କିମ୍ବା ଗୁଡ ମିଶାଇ ସେବନ କରିପାରିବେ।

- Advertisement -

ଏହିଦିନ ଆମ୍ବର ଆଚାର ଖାଆନ୍ତୁ ନାହିଁ। ଏହାକୁ ଖାଇବା ଦ୍ବାରା ଶନିଦେବଙ୍କୁ କୋପର ଶିକାର ହେବାକୁ ପଡିଥାଏ।

ଶନିବାର ଦିନ ଲାଲ ଲଙ୍କା ଖାଆନ୍ତୁ ନାହିଁ। ଏପରି କରିବା ଦ୍ବାରା ଶନିଦେବଙ୍କ କୃଦୃଷ୍ଟି ପଡିଥାଏ।

ଶନିବାର ଦିନ ଚଣା, ବିରି ଓ ମୁଗ ଡାଲି ଖାଇପାରିବେ। କିନ୍ତୁ ମସୁର ଡାଲି ଏହିଦିନ ଖାଆନ୍ତୁ ନାହିଁ। ମସୁର ଡାଲି ମଙ୍ଗଳ ଗ୍ରହ ସହ ସମ୍ପର୍କିତ। ତେଣୁ ମସୁର ଡାଲି ଖାଇବା ଦ୍ବାରା ଶନିଦେବଙ୍କ କୁଦୃଷ୍ଟି ପଡିଥାଏ।

ଶନିବାର ଦିନ ମଦ୍ୟପାନ କରିବା ଦ୍ବାରା ଶନିଦେବଙ୍କ ଖରାପ ପ୍ରଭାବ ପଡିଥାଏ। ଏହାସହ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ପାଇଥାଏ।

ଶନିବାର ଦିନ ଏପରି କିଛି ଖାଦ୍ୟଦ୍ରବ୍ୟ ଖାଆନ୍ତୁ ନାହିଁ ଯେଉଁଥିରେ ସୋରିଷ ତେଲ ଥିବ। ଏହିଦିନ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories