www.samajalive.in
Tuesday, December 9, 2025
16.1 C
Bhubaneswar

ଶନିବାର ଦିନ ଏହି କାର୍ଯ୍ୟ କରିବା ଉଚିତ୍

ଜ୍ୟୋତିଷ ଶାସ୍ତ୍ରରେ ମୋଟ ନଅଟି ଗ୍ରହ ରହିଛି ଯେହି ଗ୍ରହଗୁଡିକ ହେଲେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି, ରାହୁ ଓ କେତୁ। ଏହି ନଅଟି ଗ୍ରହ ମନୁଷ୍ୟ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଏଥିମଧ୍ୟରୁ ଶନି ଗ୍ରହ ବା ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଛି।

ଶନିଦେବଙ୍କ କୃପା ପାଇବା ପାଇଁ ମନୁଷ୍ୟ ଅନେକ ପ୍ରକାରର ଉପାୟ କରିଥାଏ। ତାଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ତେଲ ଦାନ କରିବା ଉଚିତ। ଏହି ଉପାୟ ସମସ୍ତ ରାଶିର ବ୍ୟକ୍ତି କରି ପାରିବେ। ପୂଜାପାଠ ସହ କିଛି ଶୁଭକାର୍ଯ୍ୟ କରିବା ଉଚିତ। ଯଦି କୌଣସି ବ୍ୟକ୍ତି ଗରିବଙ୍କୁ ସାହାଯ୍ୟ କରୁଥିବେ ତେବେ ତାଙ୍କୁ ଶନିଦେବଙ୍କ କୃପା ମିଳିଥାଏ। ସମସ୍ତ ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ।

- Advertisement -

ଶନିବାର ଦିନ କିଛି କାର୍ଯ୍ୟ କରିବା ଉଚିତ। ଆସନ୍ତୁ ଜାଣିବା ସେ ସବୁ କ’ଣ ..

ବେଳେ ବେଳେ କଳା ରାଶି ଓ ତେଲ ଗରିବଙ୍କୁ ଦାନ କରନ୍ତୁ।

ବ୍ରାହ୍ମଣ ଓ ଭିକାରୀଙ୍କୁ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଛତା ଦାନ କରନ୍ତୁ।

ପ୍ରତିଦିନ ରୁଟି ବନାଇବା ସାରିବା ପରେ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ।

ପ୍ରତି ଶନିବାର ଦିନ ଶନିଦେବଙ୍କ ବ୍ରତ ରଖନ୍ତୁ। ଗରିବଙ୍କ ଭୋଜନ ପାଇଁ ଅନ୍ନ ଦାନ କରନ୍ତୁ।

ଶନିବାର ଦିନ ଆମିଷ ଖାଇବା ଅନୁଚିତ।

ପ୍ରତିଦିନ ସକାଳେ ଅଟାର ଗୁଳା ପ୍ରସ୍ତୁତ କରି ମାଛମାନଙ୍କୁ ଖାଇବାକୁ ଦିଅନ୍ତୁ।

ପ୍ରତି ଶନିବାର ଦିନ ପାଣିରେ କଳା ସୋରିଷ ପକାଇ ସ୍ନାନ କରନ୍ତୁ।

ଯେକୌଣସି ମନ୍ଦିରକୁ ଯାଇ ଅଶ୍ବତ୍ଥ ଗଛ ଲଗାନ୍ତୁ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories