www.samajalive.in
Friday, December 12, 2025
23.1 C
Bhubaneswar

ଶାଢ଼ୀ-ଓଢ଼ଣୀ ମନା: ଡ଼ାକ୍ତରଖାନାରେ ମହିଳା ରୋଗୀ ପିନ୍ଧିବେ ଅପରେସନ ଥିଏଟର ଡ଼୍ରେସ

ବାଙ୍ଗାଲୋରର କେ.ସି.ଜେନେରାଲ ଡ଼ାକ୍ତରଖାନାରେ ରୋଗୀଙ୍କ ଓଢ଼ଣୀ ଓ ଶାଢ଼ୀ ପିନ୍ଧା ଉପରେ ଲାଗିଛି ପ୍ରତିବନ୍ଧକ । ଏଠାରେ କରୋନା ସଂକ୍ରମିତ ଦୁଇଜଣ ମହିଳା ରୋଗୀ ଶାଢ଼ୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମହିଳା ରୋଗୀଙ୍କ ଲାଗି ଡ଼୍ରେସକୋଡ଼୍ ବଦଳାଇବା ନିଷ୍ପତ୍ତି ନେଇଛନ୍ତି । ନୂଆ ବ୍ୟବସ୍ଥା ଅନୁସାରେ ମହିଳା ରୋଗୀମାନେ ଅପରେସନ ଥିଏଟରରେ ପିନ୍ଧା ଯାଉଥିବା ଡ଼୍ରେସ ପିନ୍ଧିବେ । ହସପିଟାଲ ସୁପରିଟେଣ୍ଡେଣ୍ଟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

କେ.ସି.ଜେନେରାଲ ହସପିଟାଲରେ ୨୬ ଜୁନ୍ ଓ ୧୭ ଜୁଲାଇରେ କରୋନା ସଂକ୍ରମିତ ୨ ଜଣ ମହିଳା ରୋଗୀ ଶୌଚାଳୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଉଭୟଙ୍କ ବୟସ ପ୍ରାୟ ୬୦ ବର୍ଷ ପାଖାପାଖି ଥିଲା । ତେଣୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଏଥିନେଇ କଟକଣା ଚଳାଇଛନ୍ତି । ଏହା ବ୍ୟତୀତ ଜଣେ ରୋଗୀଙ୍କ ଉପରେ ତାଙ୍କ ପାଖ ବେଡ଼ର ଅନ୍ୟରୋଗୀମାନେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଅବସାଦଗ୍ରସ୍ତ ରୋଗୀ ଶୌଚାଳୟ ଯାଉଛନ୍ତି ତାଙ୍କ ଉପରେ ଅନ୍ୟ ରୋଗୀମାନେ ଦୃଷ୍ଟି ରଖିବାକୁ ମଧ୍ୟ କୁହାଯାଇଛି । ସେହିପରି ରୋଗୀମାନଙ୍କୁ ନିଦ ହେବା ପାଇଁ ଔଷଧ ଦେବାକୁ ମଧ୍ୟ ବିଚାର କରାଯାଉଛି ବୋଲି ଡ଼ାକ୍ତରଖାନା ଅଧୀକ୍ଷକ କହିଛନ୍ତି ।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories