www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରବାସୀଙ୍କୁ ଭାବବିହ୍ବଳ ବିଦାୟ ଦେଲେ ସରପଞ୍ଚ

ଭବାନୀପାଟଣା : କରୋନା ନିୟନ୍ତ୍ରଣ କରିବା ନେଇ ରାଜ୍ୟ ସରକାର ସମସ୍ତ ସରପଞ୍ଚ ମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରି  ସଙ୍ଗରୋଧ କେନ୍ଦ୍ରର ପରିଚାଳନା ଦାଇତ୍ୱ ଦେଇଛନ୍ତି।  ତେବେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ବିଶୃଙ୍ଖଳା ନେଇ ଅଭିଯୋଗ ହେଉଥିବା ବେଳେ କଳାହାଣ୍ଡି ଜିଲାର କୋକୋସରା ସଙ୍ଗରୋଧ କେନ୍ଦ୍ରର ସରପଞ୍ଚ ପ୍ରଚେଷ୍ଟା ଦ୍ୱାରା ପ୍ରବାସୀଙ୍କ ଠାରୁ ପ୍ରଶଂସା ମିଳିଛି।

ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୧୦୦ ଜଣ ପ୍ରବାସୀ ଶ୍ରମିକ ୧୪ ଦିନିଆ କ୍ବାରେଣ୍ଟାଇନ ସାରି ନିଜ ଗାଁକୁ ଫେରିବା ସମୟରେ ଭାବବିହ୍ବଳ ପରିବେଶ ଦେଖା ଦେଇଥିଲା। ପ୍ରବାସୀ ଫେରିବା ସମୟରେ ସରପଞ୍ଚ କିଶୋର ପ୍ରଧାନୀ ଓ ପଞ୍ଚାୟତ କର୍ମଚାରୀ ଫୁଲ ବିଞ୍ଚି ପ୍ରବାସୀଙ୍କୁ ବିଦାୟ ଦେଇଥିଲେ । ଏହି ଘଡି ସନ୍ଧି ମୁହୂର୍ତ୍ତରେ କରୋନା କଟକଣା ନେଇ ପ୍ରବାସୀ ମାନେ  ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ହେଁ ଆନୁସଙ୍ଗିକ ବ୍ୟବସ୍ଥାକୁ ନେଇ ବେଶ ଖୁଶି ବ୍ୟକ୍ତ କରିଥିଲେ।  ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ଆଚରଣ ଉଚ୍ଚାରଣ ଓ ବିଧିବ୍ୟବସ୍ଥାକୁ ବେଶ ପ୍ରଶଂସା କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories