କଟକ : ଆଗାମୀ ୨ ତାରିଖ ଅପରାହ୍ନ ୫ଟାରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଏବଂ ସଂସଦର ୪୦ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଭାରତର ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ତତସହିତ କାର୍ୟ୍ୟକ୍ରମରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେବେ। ଏହି ସମାରୋହରେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. ଇଂ ପ୍ରଭାକର ସ୍ଵାଇଁ ସଭାପତିତ୍ଵ କରିବେ। ଏହି ଉତ୍ସବ ପାଇଁ ନିମନ୍ତ୍ରିତ ଅତିଥିମାନେ ନିମନ୍ତ୍ରଣ ପତ୍ର ସହିତ ପରିଚୟ ପତ୍ର ଆଣିବାକୁ ସଂସଦର ସଂପାଦକ ପ୍ରଫେସର ଡା. ନିରଞ୍ଜନ ତ୍ରିପାଠୀ ନିବେଦନ କରିଛନ୍ତି।
Popular Categories



