ଲକ୍ଷ୍ନୌ : ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍ଏସ୍) ଅନୁବନ୍ଧିତ ମୁସଲମାନ ସଂଗଠନ ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଅଯୋଧ୍ୟାର ସରଯୁ ନଦୀ ନିକଟ ଦାର୍ତି କୂଳରେ କୋରାନ୍ ପାଠ ‘ନମା’ ପାଇଁ ଚାଲିଥିବା ଆୟୋଜନକୁ ଫୈଜାବାଦ ପ୍ରଶାସନ ବାରଣ କରିଛି। ଏହି ପରିପ୍ରେକ୍ଷୀରେ ସଂଗଠନ ନଉ ଗାଜୁ ମାଜାରଠାରେ ନମା ଆୟୋଜନ କରିବ ବୋଲି ଘୋଷଣା କରିଛି। ମୁସଲିମ୍ ରଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଦାର୍ତି କୂଳରେ ୧୨ତାରିଖରେ ସାମୂହିକ ନାମଜ ପାଠ ଆୟୋଜନକୁ ହିନ୍ଦୁ ସଂଗଠନ ଓ ସନ୍ଥମାନେ ବିରୋଧ କରିଥିଲେ। ବିଶେଷକରି ସେମାନଙ୍କ ୱାଜୁ ପାଇଁ ସରଯୁ ନଦୀର ଜଳ ବ୍ୟବହାରର ପ୍ରତିବାଦ କରିଥିଲେ। ତେବେ ଏହି ବିବାଦଠାରୁ ଦୂରେଇ ରହିଛି ଆରଏସ୍ଏସ୍। ଏଥିରେ ସଙ୍ଘର କୌଣସି ଭୂମିକା ନଥିବା ସ୍ପଷ୍ଟ କରିଛନ୍ତି ଏହାର ପ୍ରଚାର ପ୍ରମୁଖ ଅରୁଣ କୁମାର।
Popular Categories



