ବୌଦ୍ଧ: ବୌଦ୍ଧ ସଦର ବ୍ଲକ ବିଶ୍ୱ ପ୍ରସିଦ୍ଧ ସନ୍ଥ କବି ଭୀମ ଭୋଇଙ୍କ ଜ୍ଞାନ ପୀଠ ଐତିହାସିକ ମହୁଲ ମୂଳ ବଳାସିଙ୍ଗା ମହିମା ଆଶ୍ରମ ଠାରେ ମହିମା ବିକାଶ ପରିଷଦ ବଳାସିଙ୍ଗା ତରଫରୁ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ମହିମା ବିକାଶ ପରିଷଦ ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ସାଧୁ କୁଳଧର ଦାସ ସମ୍ପାଦକୀୟ ବିବରଣୀ ପଠନ ସହିତ ସନ୍ଥ କବିଙ୍କ ଜୀବନୀ ଓ ତାଙ୍କର କାଳଜୟୀ ବାଣୀ, ସାହିତ୍ୟ ଓ ମହିମା ଧର୍ମ ଉପରେ ଆଲୋକପାତ କରିଥିଲେ।
ସାମାଜିକକର୍ମୀ କୃତ୍ତିବାସ ପଲିଆ ଅତିଥି ଭାବେ ଯୋଗ ଦେଇ ପ୍ରତ୍ବେକ ବର୍ଷ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରି ମହିମା ଆଶ୍ରମ ଭିତିଭୂମି ବିକାଶ ନିମନ୍ତେ ଜିଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦୃଷ୍ଟି ଆକର୍ଷଣ ପୂର୍ବକ ସମସ୍ତ ଭକ୍ତଙ୍କୁ ସହଯୋଗ ନିମନ୍ତେ ଅନୁରୋଧ କରିଥିଲେ କ୍ଷ ଆଶ୍ରାମର ଅନ୍ୟତମ ସାଧୁ କୃଷ୍ଣ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।



