www.samajalive.in
Monday, December 8, 2025
24.1 C
Bhubaneswar

ଆଦର୍ଶ ସଂସ୍କୃତ ଶିକ୍ଷକଙ୍କ ପରଲୋକ

ନିମାପଡା : ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଆ​‌ଦ​‌ର୍ଶ ତଥା ଲୋକପ୍ରିୟ ଶିକ୍ଷକ ପଣ୍ଡିତ ସୁଦର୍ଶନ ପଟ୍ଟନାୟକଙ୍କର ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ।  ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସେ ୧୯୬୯ରୁ ୨୦୦୩ ପର୍ଯ୍ୟନ୍ତ ନିମାପଡା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିଲେ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ସେ ଆଖ ପାଖ ଅଞ୍ଚଳରେ ବେଶ ପରିଚିତ ଥିଲେ । ଶୁଦ୍ଧ ଉଚ୍ଚାରଣ, ଶୃଙ୍ଖଳା ଏବଂ ନୈତିକ ଶିକ୍ଷାଦାନ କରି ସୁଦର୍ଶନ ବାବୁ ବେଶ ଲୋକପ୍ରିୟତା ହାସଲ କରିଥିଲେ। ବେଦଭାଷା ସଂସ୍କୃତରେ ତାଙ୍କ ଅଗାଧ ପାଣ୍ଡିତ୍ୟ ଥିଲା। ତାଙ୍କର ଚିର ହସ ହସ ମୁହଁ, ସ୍ପଷ୍ଟ ଓ ପ୍ରାଞ୍ଜଳ ହିତୋପଦେଶ, ଧୀର ଓ ଶାନ୍ତ ସ୍ବଭାବ ଶିକ୍ଷକ ଓ ଛାତ୍ର ମହଲରେ ଜଣେ ଆଦର୍ଶ ଶିକ୍ଷକ ଭାବେ  ପରିଚିତ କରାଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories