www.samajalive.in
Monday, December 8, 2025
13.1 C
Bhubaneswar

ଆଦିତ୍ୟ ବାହିନୀ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ୭୭ ତମ ଜୟନ୍ତୀ ପାଳିତ

ଦେବଗଡ: ଦେବଗଡ ଆଦିତ୍ୟ ବାହିନୀ ଶାଖା ପକ୍ଷରୁ ଶୁକ୍ରବାର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୭୭ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ନ୍ୟୁ ପଣ୍ଡାସାହି କଲୋନୀ ସ୍ଥିତ ଆଦିତ୍ୟ ବାହିନୀ ଜିଲା କାର୍ଯ୍ୟାଳୟରେ ଆଦିତ୍ୟ ବାହିନୀ, ଦେବଗଡ ଶାଖା ପୀଠ ପରିଷଦ ସଦସ୍ୟ ବିରଂଚି ନାରାୟଣ ମିଶ୍ର ଓ ଉପସଭାପତି ଦିଲ୍ଲିପ କୁମାର ବରାଇଙ୍କ ତତ୍ୱାବଧାନରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଆଦିତ୍ୟ ବାହିନୀ, ଦେବଗଡ ଶାଖା ସଂଗଠନ ସମ୍ପାଦକ ସତ୍ୟ ନାରାୟଣ ମିଶ୍ର, ସିଦ୍ଧାର୍ଥ ଗୁରୁ ଓ ବିରଂଚି ନାରାୟଣ ଦାଶ, କାର୍ଯ୍ୟାଳୟ ସଚିବ ରେବତୀ ମୋହନ ପଟ୍ଟନାୟକ, ପ୍ରଶାନ୍ତ କୁମାର ଭୁକ୍ତା ଓ ବ୍ରିଜେଶ ରଞ୍ଜନ ସାହୁଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ପୂଜାର୍ଚ୍ଚନା କରିବା ସହ ନିରାଡମ୍ବର ପୂର୍ଣ୍ଣ ଭାବେ ତାଙ୍କର ଜୟନ୍ତୀ ଉତ୍ସବ ପାଳନ କରିଥିଲେ।

ଏହି ଅବସରରେ ମହାବୀର ହନୁମାନଙ୍କ ପୂଜାର୍ଚ୍ଚନା ସହ ୭ ଥର ହନୁମାନ ଚାଳିଶା ପାଠ କରାଯାଇଥିଲା। ଶେଷରେ ଶ୍ରଦ୍ଧାଳୁମାନଙ୍କୁ ପିଠା ଭୋଗ ବିତରଣ କରାଯାଇଥିଲା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories