ସମାଜ ଡିଜିଟାଲ ଡେସ୍କ: ସାମ୍ସଙ୍ଗ ପକ୍ଷରୁ ବୁଧବାର ରାତିରେ ଆମେରିକାର ସାନ୍ ହୋଜେରେ ଗାଲାକ୍ସି ଅନ୍ପ୍ୟାକ୍ଡ ଇଭେଣ୍ଟ ଆୟୋଜିତ ହୋଇଯାଇଛି। ଏହି ଇଭେଣ୍ଟରେ କମ୍ପାନୀ ଏହାର ଲାଟେଷ୍ଟ ଗାଲେକ୍ସି S ସିରିଜ୍ ଉପରୁ ପରଦା ଉଠାଇଛି। ଏହି କାର୍ଯ୍ୟକ୍ରମରେ Samsung Galaxy S25, Samsung Galaxy S25 Plus ଏବଂ Samsung Galaxy S25 Ultraକୁ ଲଞ୍ଚ୍ କରାଯାଇଛି, ଯାହା ସହ S Pen ମଧ୍ୟ ରହିଛି।
Samsung Galaxy S25 Ultra ତିନୋଟି ଭାରିଏଣ୍ଟରେ ଉପଲବ୍ଧ। ୧୨ଜିବି ରାମ୍, ୨୫୬ଜିବି ଷ୍ଟୋରେଜ ଭାରିଏଣ୍ଟର ଦାମ୍ ୧,୨୯,୯୯୯ ଟଙ୍କା ରହିଛି। ସେହିପରି ୧୨ଜିବି ରାମ୍ ସହ ୫୧୨ଜିବି ଷ୍ଟୋରେଜ୍ର ମୂଲ୍ୟ ୧,୪୧,୯୯୯ ଟଙ୍କା ଏବଂ ୧୨ଜିବି ରାମ୍, ୧ଟିବି ଷ୍ଟୋରେଜର ମୂଲ୍ୟ ୧,୬୫,୯୯୯ ଟଙ୍କା ରହିଛି।
Samsung Galaxy S25 Ultraର ବିଶେଷତ୍ଵ:
Samsung Galaxy S25 Ultraରେ ୬.୮ ଇଞ୍ଚର Dynamic LTPO AMOLED 2X ଡିସ୍ପ୍ଲେ ଦିଆଯାଇଛି। ଏଥିରେ 120Hz, HDR10+, 2600 nits ବ୍ରାଇଟନେସ୍ ରହିଛି। ଏହା ଅଲଓ୍ବେଜ୍ ଅନ୍ ଡିସ୍ପ୍ଲେ ସହିତ ଆସିଥାଏ। ସ୍କ୍ରିନ୍ ସୁରକ୍ଷା ପାଇଁ Corning Gorilla Armor ଗ୍ଲାସ୍ ଦିଆଯାଇଛି। ଗାଲାକ୍ସି S25 ଅଲ୍ଟ୍ରା ଟାଇଟାନିୟମ ବ୍ଲାକ୍, ଟାଇଟାନିୟମ ଗ୍ରେ, ଟାଇଟାନିୟମ ସିଲ୍ଭରବ୍ଲ୍ୟୁ ଓ ଟାଇଟାନିୟମ ହ୍ବାଇଟ୍ସିଲ୍ଭର ରଙ୍ଗରେ ଉପଲବ୍ଧ। ଏହା ବ୍ୟତୀତ ସାମ୍ସଙ୍ଗର ଓ୍ବେବସାଇଟ୍ରେ ଏହି ଫୋନ୍ ଟାଇଟାନିୟମ ଜେଡ୍ ଗ୍ରୀନ୍, ଟାଇଟାନିୟମ ଜେଟ୍ବ୍ଲାକ୍ ଏବଂ ଟାଇଟାନିୟମ ପିଙ୍କ୍ ଗୋଲ୍ଡ ଆଦି ରଙ୍ଗରେ ଉପଲବ୍ଧ।
Samsung Galaxy S25 Ultraର ପ୍ରୋସେସର:
ସାମ୍ସଙ୍ଗର ଏହି ଫ୍ଲାଗ୍ସିପ୍ ହ୍ୟାଣ୍ଡସେଟ୍ Qualcomm Snapdragon 8 Elit ପ୍ରୋସେସରରେ କମେ କରିବ। ଏଥିରେ Adreno 830 GPU ଦିଆଯାଇଛି।
Samsung Galaxy S25 Ultra କ୍ୟାମେରା:
Samsung Galaxy S25 Ultraରେ କ୍ଵାଡ୍ କ୍ୟାମେରା ସେଟ୍ଅପ୍ ଦିଆଯାଇଛି। ଏଥିରେ ୨୦୦ଏମପିର ପ୍ରାଇମେରୀ କ୍ୟାମେରା ରହିଛି। ଏଥିସହ ୫୦ଏମପିର ଅଲ୍ଟ୍ରା ଓ୍ବାଇଡ୍ ଏଙ୍ଗଲ ଲେନ୍ସ ଦିଆଯାଇଛି। ତୃତୀୟଟି ୧୦ଏମପିର ଟେଲିଫଟୋ କ୍ୟାମେରା ରହିଛି, ଯଦ୍ଵାରା 3x optical zoom ମିଳିଥାଏ। ଚତୁର୍ଥ କ୍ୟାମେରା ସେନ୍ସରରେ ୫୦ଏମପି periscope telephoto ଲେନ୍ସ ଦିଆଯାଇଛି, ଯାହା 5x optical zoom ଦେଇଥାଏ।
ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ୧୨ଏମପିର କ୍ୟାମେରା ଦିଆଯାଇଛି। ଫୋନ୍ରେ ୫୦୦୦ଏମଏଏଚର ବ୍ୟାଟେରୀ ରହିଛି। ଏଥିସହ ୪୫ଓ୍ବାଟ୍ ଓ୍ବାୟର ଚାର୍ଜର ଦିଆଯାଇଛି ଏବଂ ୨୫ଓ୍ବାଟ୍ର ଓ୍ବାୟରଲେସ୍ ଚାର୍ଜର ରହିଛି।



