www.samajalive.in
Sunday, December 7, 2025
23.1 C
Bhubaneswar

‘ସମାଜ’ ପ୍ରଭାବ: ସମ୍ବଲପୁରରେ କୋଭିଡ ପରିଚାଳନାଗତ ଅବ୍ୟବସ୍ଥା ପାଇଁ ବଦଳିଲେ ଅଧିକାରୀ

ସମ୍ବଲପୁର( ବିରାଜ ମିଶ୍ର ) : ସମ୍ବଲପୁରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏଥିପାଇଁ ପ୍ରଶାସନର ପରିଚାଳନାଗତ ତ୍ରୃୁଟି ରହିଥିବାର ଅଭିଯୋଗ ଜନତାଙ୍କ ପକ୍ଷରୁ ବାରମ୍ବାର କରାଯାଉଛି। ଫଳରେ ଜନତାଙ୍କ ସ୍ୱରକୁ ଶତବାର୍ଷିକୀ ଦୈନିକ ଖବରକାଗଜ ‘ସମାଜ’ ଦ୍ୱାରା ଗତ ୧ ତାରିଖ ଶନିବାର ଦିନ ଉତ୍ତୋଳନ କରାଯାଇଥିଲା। ଜନତାଙ୍କ ସ୍ୱରକୁ ‘ସମାଜ’ ଉଠାଇଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ରାଜ୍ୟ ସରକାର ସୋମବାର ସମ୍ବଲପୁରରେ ଚାଲିଥିବା ପ୍ରଶାସନିକ ବ୍ୟବସ୍ଥାକୁ ସୁଧାରିବା ପାଇଁ କଡା ପଦକ୍ଷେପ ନେଇ ଦୁଇଟି ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟ ସରକାର ପ୍ରଥମ ନିର୍ଦ୍ଦେଶ ଜାରି କରି ପ୍ରଶିକ୍ଷିତ ଆଇଏଏସ ଅଧିକାରୀ ସୁର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସମ୍ବଲପୁର ଉପ ଜିଲାପାଳ ଭାବରେ ନିଯୁକ୍ତ କରିଛନ୍ତି। ଜାରି ଦ୍ୱିତୀୟ ନିର୍ଦ୍ଦେଶ ଅନୁଯାୟୀ ମହାନଗର ନିଗମ କମିଶନର ଯୁଗଳେଶ୍ୱରୀ ଦାଶ ଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଏବଂ ଉପ ଜିଲାପାଳ ଭାବରେ କାର୍ଯ୍ୟରତ ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁର ମହାନଗର ନିଗମ କମିଶନର ଭାବରେ ନିଯୁକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଉଥିବା ବେଳେ ଜନତାଙ୍କ ସ୍ୱର ବିଗତ ୧୦୦ ବର୍ଷ ଧରି ଉଠାଇ ଆସୁଥିବା ‘ସମାଜ’କୁ ସାଧୁବାଦ ଜଣାଉଛନ୍ତି। ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁର ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଯେଭଳି ଭାବରେ କେନ୍ଦ୍ର ଓ ରାଜ୍ୟ ସରକାର ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଉଦ୍ୟମ କରୁଛନ୍ତି ସେହି ଅନୁଯାୟୀ ସମ୍ବଲପୁରରେ ଦୁର୍ବଳ ପ୍ରଶାସନିକ ବ୍ୟବସ୍ଥା ତାହା ପ୍ରକୃତ କ୍ଷେତ୍ରରେ ପ୍ରତିଫଳିତ ହେଉ ନାହିଁ। କୋଭିଡ – ୧୯ର ଗାଇଡଲାଇନକୁ ଠିକ ଭାବରେ ପାଳନ ଓ ଲାଗୁ କରାଯାଉ ନ ଥିବାରୁ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବା ସହିତ କରୋନା ସଂକ୍ରମିତଙ୍କ ଗ୍ରାଫ ଦ୍ରୃତ ଗତିରେ ବୃଦ୍ଧି ପାଉଛି। ସମ୍ବଲପୁର ଜିଲା ଗ୍ରୀନ ଜୋନରେ ରହିଥିବା ବେଳେ ମେ ମାସ ୧୭ ତାରିଖରେ ଜିଲାରେ ପ୍ରଥମ କରୋନା ରୋଗୀ ରେଢ଼ାଖୋଲ ଉପଖଣ୍ଡରେ ଚିହ୍ନିତ ହୋଇଥିଲେ। କିନ୍ତୁ ନିଷ୍କ୍ରିୟ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଏହା ପରଠାରୁ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି ବୋଲି ଜନତା ଅଭିଯୋଗ ବାରମ୍ବାର କରି ଆସୁଥିଲେ। ଏଥି ପାଇଁ ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାୟକ ନାଉରୀ ନାୟକ ମଧ୍ୟ ଦୃଢ଼ ବିହିତ ପଦକ୍ଷେପ ନେବା ପାଇଁ ଦୃଢ଼ ଦାବି କରିଥିଲେ। ତେବେ ସଙ୍କଟଜନକ ପରିସ୍ଥିତ ମଧ୍ୟରେ ଗତି କରୁଥିବାରୁ ଆଜି ଜିଲାରେ ସର୍ବାଧିକ ୯୩ଟି ସଂକ୍ରମଣର ମାମଲା ସମ୍ମୁଖକୁ ଆସିଥିବା ବେଳେ ଏଥିରେ ସିଂହଭାଗ ମହାନଗର ଅଞ୍ଚଳର ଅଟେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories