ସମ୍ବଲପୁର: ବହୁଜନ ସମାଜ ପାର୍ଟି ସମ୍ବଲପୁର ଶାଖା ପକ୍ଷରୁ ୭୫ତମ ସମ୍ବିଧାନ ଦିବସ ଉପଲକ୍ଷେ ଏକ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲା ସ୍କୁଲ ଛକରୁ ଆରମ୍ଭ ହୋଇ ଏହି ଶୋଭାଯାତ୍ରା ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ ଛକ ଦେଇ ମୁଦିପଡ଼ା ଛକ ସ୍ଥିତ ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବିଏସପି ପକ୍ଷରୁ ସମସ୍ତ ପଦାଧିକାର ମାନେ ଉପସ୍ଥିତ ରହିଥିଲେ। ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ତାଙ୍କର ସମ୍ବିଧାନ ନିର୍ମାଣରେ ଅବଦାନ, ସମ୍ବିଧାନର ମହତ୍ୱ ଓ ଗୁରୁତ୍ୱ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ।
Popular Categories



