ସମ୍ବଲପୁର: ସମ୍ବଲପୁରରେ ବୋମା ଆତଙ୍କ। ସମ୍ବଲପୁର ଅଇଁଠାପାଲି ଛକରେ ବୋମା ଆତଙ୍କ। ସନ୍ଦିଗ୍ଧ ଟ୍ରଲି ବ୍ୟାଗକୁ ନେଇ ବୋମା ଆତଙ୍କ। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳର ତନାଘନା। ଟ୍ରଲି ବ୍ୟାଗରୁ ବାହାରିଲା କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। କିଏ ଜାଣିଶୁଣି ବ୍ୟାଗ ଛାଡ଼ିଥିଲା ନା ଅଜାଣତରେ ଛାଡ଼ିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ କେହି ଜଣେ ବ୍ୟାଗଟିକୁ ଫିଙ୍ଗି ଚାଲିଯାଇଥିବା ଅଭିଯୋଗ ହୋଇଛି। ବ୍ୟାଗରେ ବୋମା ଥିବା ସନ୍ଦେହ କରାଯାଇଥିବାବେଳେ ତାକୁ ନେଇ ପୂରା ସହରରେ ଆତଙ୍କ ଖେଳିଯାଇଥିଲା। ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
Popular Categories



