www.samajalive.in
Wednesday, December 10, 2025
26.1 C
Bhubaneswar

ତାଇକୋଣ୍ଡରେ କନ୍ଧମାଳ ଛାତ୍ରଛାତ୍ରୀଙ୍କ ସଫଳତା, ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ

ଫୁଲବାଣୀ:ପ୍ରଥମଥର ପାଇଁ କନ୍ଧମାଳ ଜିଲାର ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରୀୟ କୁସ୍ତି ଏବଂ ତାଇକୋଣ୍ଡ ପ୍ରତିଯୋଗିତାର ଭାଗନେଇ ସଫଳ ହୋଇଛନ୍ତି। ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଗତ ଦିନରେ ଜିଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲା ସ୍ତରୀୟ କୁସ୍ତି ଓ ତାଇକୋଣ୍ଡ ପ୍ରତିଯୋଗିତା ହୋଇଥିଲା।

ଏଥିରୁ କନ୍ଧମାଳ ଜିଲାରୁ ୨ ଜଣ କୁସ୍ତିରେ ଏବଂ ୬ ଜଣ ତାଇକୋଣ୍ଡରେ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭାଗନେଇଥିଲେ। ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ତାଇକୋଣ୍ଡରେ ଅନିଶ୍ କୁମାର ମୁଖୀ ବ୍ରୋଞ୍ଜ ପଦକ ପାଇଥିବା ବେଳେ ରାଜନନ୍ଦିନି ବେହେରା ଓ ସବିତା ପ୍ରଧାନ ଗୋଲ୍ପ ମେଡ଼େଲ୍ ପାଇଁ ଜିଲାପାଇଁ ସୁନାମ ଆଣିଦେଇଛନ୍ତି।

- Advertisement -

ରାଜ୍ୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଜିଲାର ଛାତ୍ରଛାତ୍ରୀ ମାନେଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସାମିଲ୍ ହୋଇ ସଫଳ ପାଇଥିବା ଯୋଗୁଁଁ ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ , ଜିଲା ଶାରିରୀକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ରଙ୍କ ସମେତ ସମସ୍ତ ଅଭିଭାବକ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଜଣାଯାଇଛି। ଆଜି ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଟିମ୍ରେ ପରିଚାଳକ ଭାବେ ଶ୍ରୀଛନ୍ଦା ପ୍ରଧାନ ଏବଂ କୋଚ୍ ଭାବେ ଦାରାସିଂ ପରିଛା ଗସ୍ତ କରିଥିଲେ।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories